ଇସଲାମାବାଦ : ଅର୍ଥ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଆଇଏମଏଫ ଜୋରଦାର ଝଟକା ଦେଇଛି । ଆଇଏମଏଫ୍ ପାକିସ୍ତାନର ଏହି ଦାବିକୁ ଖାରଜ କରି ଦେଇଛି, ଯେଉଁଥିରେ ସେ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିର ସବୁ ସର୍ତ୍ତକୁ ପୂରା କରିବାକୁ ଦାବି କରିଥିଲା । ପାକିସ୍ତାନ ଗତ କିଛି ଦିନ ହେଲା ଲଗାତାର ଅର୍ଥାଭାବରେ ପଡ଼ିଛି । ଅଲଗା ଅଲଗା ଦେଶକୁ ସାହାଯ୍ୟ ପାଇଁ ଅନୁରୋଧ କରୁଛି । ଏହା ବ୍ୟତୀତ ପାକସ୍ତାନକୁ ଆଇଏମଏଫରୁ ଲୋନ୍ ମିଳିବାର ବି ଆଶା ଥିଲା । କିନ୍ତୁ ଆଇଏମଏଫର ଏହି ଝଟକା ପରେ ତା ପାଇଁ ସ୍ଥିତି ମୁସ୍କିଲ ହେବା ସ୍ପଷ୍ଟ ହୋଇଛି । ଆଇଏମଏଫ୍ ପାକିସ୍ତାନକୁ କିଛି ସର୍ତ୍ତ ଉପରେ ୬ ବିଲିୟନ ଡଲାର ଦେବାକୁ ୨୦୧୯ରେ ଚୁକ୍ତି କରିଥିଲା ।
ଏହି ଯୋଜନାରେ ପୂରା ପେମେଣ୍ଟ ଏବେସୁଦ୍ଧା ହୋଇ ପାରିନାହିଁ । ଏହା ପଛର କାରଣ ଏହାକି ଆଇଏମଏଫ୍ ଚାହୁଁଛି କି ପାକିସ୍ତାନ ସବୁ ସର୍ତ୍ତକୁ ପାଳନ କରୁ । ପ୍ରଧାନମନ୍ତ୍ରୀ ଶହବାଜ ଶରିଫ୍ ଓ ଅର୍ଥ ମନ୍ତ୍ରୀ ଇଶାକ୍ ଦାର୍ ବାରମ୍ୱାର ଦାବି କରିଛନ୍ତି କି ଚୁକ୍ତିରେ ପହଞ୍ଚିବା ପାଇଁ ପାକିସ୍ତାନ ସବୁ ସର୍ତ୍ତ ପୂରା କରିଛି ଏବଂ ଚୁକ୍ତିରୁ ପଛରୁ ହଟିବାର କୌଣସି କାରଣ ବି ନାହିଁ । ଏହି ଭିତରେ ଦ ଏକ୍ସପ୍ରେସ ଟ୍ରିବ୍ୟୁନ ନ୍ୟୁଜ୍ ପେପର କହିଛି କି ତାଙ୍କ ପାଖରେ ଆଇଏମଏଫ୍ ପକ୍ଷରୁ ଶୁକ୍ରବାର ଏକ ବୟାନ ଆସିଥିଲା । ଏଥିରେ ସମୀକ୍ଷା ପାଇଁ ଆବଶ୍ୟକୀୟ ସବୁ ଔପଚାରିକତା ପୂରା କରିବାକୁ ପାକିସ୍ତାନ ସରକାରର ଦାବିକୁ ଖାରଜ କରିଦିଆ ଯାଇଛି । ଅନ୍ୟପଟେ, ପାକିସ୍ତାନକୁ ଆଇଏମଏଫ୍ ଦ୍ୱାରା ମଞ୍ଜୁରୀ କରାଯାଇ ଥିବା କରଜ ଅର୍ଥର ପ୍ରଥମ କିସ୍ତି ଏବେସୁଦ୍ଧା ଅଟକି ରହିଛି । ଆଇଏମଏଫ ଦ୍ୱାରା ୨୦୧୯ରେ ପାକିସ୍ତାନ ପାଇଁ ସ୍ଥିର ହୋଇଥିବା ବେଲଆଉଟ୍ ପୋଗ୍ରାମ ଜୁନ୍ରେ ପୂରା ହୋଇଯିବ । ଯଦି ସେପର୍ଯ୍ୟନ୍ତ କରଜର କିସ୍ତି ଚାଲୁ ନହୁଏ ତ ଏହି ପ୍ରୋଗ୍ରାମର ଅସ୍ତିତ୍ୱ ଶେଷ ହୋଇଯିବ ।