ଭୁବନେଶ୍ୱର : ରାଉରକେଲା ଏବଂ ଝାଡ଼ଖଣ୍ଡ ସୀମାରୁ ବହୁ ପରିମାଣର ଶୁଆ ଉଦ୍ଧାର କରିଛି ବନ ବିଭାଗ। ଏହି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଉ ଦୁଇ ଜଣ ଫେରାର ଅଛନ୍ତି। ଅଭିଯୁକ୍ତମାନେ ସରଣ୍ଡା ଜଙ୍ଗଲରୁ ଶୁଆ ଧରି ଆଣୁଥିଲେ। ପରେ ଏହାକୁ ରାଉରକେଲା ସହରରୁ କଟକ, ଭୁବନେଶ୍ୱର, ଛତିଶଗଡ଼, ରାୟପୁର ଭଳି ସ୍ଥାନକୁ ଶୁଆ ଚାଲାଣ କରୁଥିଲେ।ରାଉରକେଲା ସହରର ନାଲା ରୋଡ଼ ଅଞ୍ଚଳରୁ ଏକ ଘରେ ବେଆଇନ୍ ଶୁଆ ରଖି ବିଭିନ୍ନ ଜାଗାକୁ ବସ୍ ଯୋଗେ ଏମାନେ ଚାଲାଣ କରୁଥିଲେ। ଗୋଟିଏ ଗୋଟିଏ ଶୁଆକୁ ୩ହଜାରରୁ ୫ ହଜାର ଟଙ୍କା ମୂଲ୍ୟରେ ବ୍ରିକି କରିଆସୁଥିଲେ। ସମୁଦାୟ ୮୨ଟି ଶୁଆ ଉଦ୍ଧାର ହୋଇଛି। ଏନେଇ ପାନପୋଷ ଫରେଷ୍ଟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।