23.1 C
Bhubaneswar
Friday, November 22, 2024
Homeଅପରାଧ‘ମୋତେ ବାହା ନହେଲେ ପିସ୍ ପିସ୍ କରିଦେବି’...

‘ମୋତେ ବାହା ନହେଲେ ପିସ୍ ପିସ୍ କରିଦେବି’…

ନୂଆଦିଲ୍ଲୀ : ‘ମୁଁ ତତେ ଭଲପାଏ ଓ ବାହା ହେବାକୁ ଚାହୁଁଛି । ଆଉ ଯଦି ଏହି ବାହାଘର ନ ହୁଏ, ତା’ହେଲେ ମୁଁ ତତେ ପିସ୍ ପିସ୍ କରିଦେବି’… ୧୭ ବର୍ଷୀୟ ଯୁବତୀଙ୍କୁ ଏଭଳି କିଛି ଧମକ ଦେଇ ଗିରଫ ହୋଇଛନ୍ତି ଜଣେ ଯୁବକ । ଯୁବତୀ ଜଣକ ସମ୍ପୃକ୍ତ ଯୁବକଙ୍କୁ ବାହା ହେବାକୁ ମନା କରିଦେବାରୁ ଯୁବକ ଜଣକ ଏଭଳି ଧମକ ଦେଇଛନ୍ତି । ଉତ୍ତର ପ୍ରଦେଶର କାନପୁରରେ ଏହି ଘଟଣା ଘଟିଛି । ପୋଲିସ ଅଭିଯୁକ୍ତ ମହମ୍ମଦ ଫୈଜଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ବିବାହ ପାଇଁ ସମ୍ପୃକ୍ତ ନାବାଳିକାଙ୍କୁ ଫୈଜ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ ହୋଇଛି । ହେଲେ ନାବାଳିକା ଜଣକ ତାଙ୍କର ଏହି ବିବାହ ପ୍ରସ୍ତାବରେ ରାଜି ନଥିଲେ । ଏଥିରେ ରାଗି ଯାଇ ଫୈଜ ଯୁବତୀଙ୍କୁ ଧମକ ଦେଇ କହିଥିଲେ, ‘ଯଦି ଏହି ବାହାଘର ନ ହୁଏ, ତା’ହେଲେ ମୁଁ ତତେ ପିସ୍ ପିସ୍ କରିଦେବି’ । ନାବାଳିକା ଜଣକ ସ୍କୁଲ୍ ଯିବାବେଳେ ଫୈଜ ତାଙ୍କର ପିଛା କରିବା ସହ ତାଙ୍କୁ ହଇରାଣ କରୁଥିଲେ। ତାଗିଦ୍ ସତ୍ତ୍ୱେ ମଧ୍ୟ କ୍ରମାଗତ ଭାବେ ସେ ଏପରି କରୁଥିଲେ ଓ ଯୁବତୀଙ୍କୁ ବାହା ହେବା ପାଇଁ ବାଧ୍ୟ କରୁଥିଲେ । ଶେଷରେ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଝିଅର ଜୀବନ ପ୍ରତି ବିପଦ ଥିବାରୁ ପରିବାର ଲୋକ ଉପାୟଶୂନ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ଆଧାରରେ ନୌବସ୍ତା ପୋଲିସ ଫୈଜ୍‌ଙ୍କ ଚାମନ୍ ଗଞ୍ଜ ସ୍ଥିତ ବାସଭବନରେ ରେଡ୍ କରିଥିଲା । ଏହାପରେ ଫୈଜ୍‌ଙ୍କୁ ପୋଲିସ ଗିରପ କରିଥିଲା । ପସ୍କୋ ଆକ୍ଟ ଅନୁସାରେ, ଅକ୍ଟୋବର ୧୬ରେ ମହମ୍ମଦ ଫୈଜଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ନାବାଳିକା ଜଣକ ବିବାହ ପାଇଁ ମନା କରି ଦେବାରୁ ଫୈଜ କ୍ରମାଗତ ଭାବେ ତାଙ୍କୁ ହତ୍ୟାର ଧମକ ଦେଇ ଆସୁଥିଲେ ବୋଲି ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking