ନୂଆଦିଲ୍ଲୀ: ୨ ମାସ ତଳେ ମାଆ ହୋଇଥିଲେ ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ । ପ୍ରଥମଥର ପାଇଁ ଆଉଟିଂରେ ବାହାରିଛନ୍ତି ଇଲିଆନା । ଏବେ ସେ ତାଙ୍କ ମଦରହୁଡ ଏନଜୟ କରୁଛନ୍ତି । ସେ ତାଙ୍କ ପୁଅ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି । ଏହାସହ ସେ ମାଆ ହେବାର ଅନୁଭବକୁ ଲଗାତାର ଭାବେ ତାଙ୍କ ଫ୍ୟାନଙ୍କ ସହ ସେୟାର ମଧ୍ୟ କରୁଛନ୍ତି । ସୋସିଆଲ ମିଡିଆରେ ବି ସେ ଲଗାତାର ତାଙ୍କ ପୁଅ କୋଆ ଫିନିକ୍ସ ଡୋଲନଙ୍କ ଫଟୋ ବି ସେୟାର କରୁଛନ୍ତି । ତେବେ ମାଆ ହେବା ପରେ ସେ ପ୍ରଥମଥର ଲାଗି ଆଉଟିଂରେ ବାହାରିଛନ୍ତି । ସେ ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ କ୍ୟୁଟ ଫଟୋ ସେୟାର କରି ଏହା କହିଛନ୍ତି । ଏହି ଫଟୋରେ ଇଲିଆନା ତାଙ୍କ ପୁଅକୁ ଷ୍ଟ୍ରୋଲରରେ ନେଉଛନ୍ତି ଏବଂ ସେ ନଇଁପଡି ତାଙ୍କୁ ଦେଖୁଛନ୍ତି । ଏହାର କ୍ୟାପସନରେ ଲେଖିଥିଲେ, ଶିଶୁ ଏବଂ ମା ପ୍ରଥମ ଥର ମଧ୍ୟାହ୍ନ ଭୋଜନ ପାଇଁ ବାହାରିଛନ୍ତି ..’ ଏହି ସମୟରେ ଇଲିଆନା ବହୁତ ଫିଟ ଦେଖାଯାଉଛନ୍ତି । ସେ ଏକ ଧଳା ରଙ୍ଗର ପୋଷାକ ଉପରେ ଏକ ଡେନିମ ସାର୍ଟ ଏବଂ କ୍ୟାପ ପିନ୍ଧିଛନ୍ତି । ଯେଉଁ ଲୁକ୍ରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।
ସୂଚନାଯୋଗ୍ୟ, ଇଲିଆନା ଏପର୍ୟ୍ୟନ୍ତ ତାଙ୍କ ସାଥୀଙ୍କ ଚେହେରା ପ୍ରକାଶ କରିନାହାଁନ୍ତି । କିନ୍ତୁ ଖବର ଅଛି ଯେ ଅଭିନେତ୍ରୀ ଚଳିତ ବର୍ଷ ମେ ୧୩ ରେ ଗୁପ୍ତ ଭାବରେ ବିବାହ କରିଥିଲେ । କୁହାଯାଇଛି ଯେ ଇଲିଆନା ଏକ କୋର୍ଟ ବିବାହ କରିଛନ୍ତି । ତେବେ ଏପର୍ୟ୍ୟନ୍ତ ବିବାହ ସମ୍ପର୍କରେ ଅଭିନେତ୍ରୀଙ୍କ ପକ୍ଷରୁ କୌଣସି ବୟାନ ଦେଇନାହାନ୍ତି । ଚଳିତ ବର୍ଷ ଅଗଷ୍ଟ ୧ରେ ଇଲିଆନା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ।