28.1 C
Bhubaneswar
Friday, November 15, 2024
Homeଦେଶ ବିଦେଶକବର ଭିତରୁ ବାହାର କରି ଆଇଆଇଟି ଛାତ୍ରଙ୍କର ପୁଣିଥରେ ହେବ ପୋଷ୍ଟମର୍ଟମ: କୋଲକାତା ହାଇକୋର୍ଟ

କବର ଭିତରୁ ବାହାର କରି ଆଇଆଇଟି ଛାତ୍ରଙ୍କର ପୁଣିଥରେ ହେବ ପୋଷ୍ଟମର୍ଟମ: କୋଲକାତା ହାଇକୋର୍ଟ

କୋଲକାତା : ଆଇଆଇଟି ଖଡଗପୁରର ଛାତ୍ର ଫେର୍‌ଜାନ ଅହମ୍ମଦଙ୍କ ମୃତଦେହକୁ ପୁଣିଥରେ କରାଯିବ ପୋଷ୍ଟମର୍ଟମ । ଏନେଇ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ନିଜ ରାୟରେ କହିଛନ୍ତି, କବର ଦିଆଯାଇଥିବା ଫେର୍‌ଜାନଙ୍କ ମୃତଦେହକୁ ମାଟି ତଳୁ ବାହାର କରି କୋଲକାତା ଅଣାଯାଉ । ତାଙ୍କର ପୁଣିଥରେ ପୋଷ୍ଟମର୍ଟମ କରଯିବ । ଫେର୍‌ଜାନ ଅହମ୍ମଦଙ୍କୁ ଗତ ବର୍ଷ ୧୪ ଅକ୍ଟୋବରରେ ଆଇଆଇଟି ଖଡଗପୁର ହଷ୍ଟେଲରେ ଗୋଟିଏ ରୁମ୍ ମିଳିଥିଲା । କଲେଜ ପ୍ରଶାସନ ଏହାକୁ ଆତ୍ମହତ୍ୟା ମାମଲା ବୋଲି କହିଥିଲେ, କିନ୍ତୁ ଅହମ୍ମଦଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ତାଙ୍କର ହତ୍ୟା କରାଯାଇଛି । ସେଭଳି କୋଲକାତା ହାଇକୋର୍ଟ କହିଛନ୍ତି, ଦ୍ୱିତୀୟ ଥର ପୋଷ୍ଟମର୍ଟମ କରାଯାଇ ପ୍ରକୃତ ସତ୍ୟତା ନିକଟରେ ପହଞ୍ଚିବା ଦରକାର । ଜଷ୍ଟିସ୍ ମନ୍ଥା କହିଛନ୍ତି, ପୀଡିତଙ୍କ ଶବକୁ ଆସାମରେ ମୁସଲମାନ ନୀତି-ରୀତି ଅନୁସାରେ କବର ଦିଆଯାଇଛି । ପୀଡିତ ଫେର୍‌ଜାନ ଅହମ୍ମଦଙ୍କ ମୃତଦେହକୁ ଖୋଳି ବାହାର କରାଯାଉ ।

ମାମଲାର ତଦନ୍ତରେ ଅଧିକାରୀ ଆସାମ ପୋଲିସ ସହିତ ସମନ୍ୱୟ ରକ୍ଷା କରିବେ । ମୃତଦେହ କିମ୍ବା ଅବଶେଷକୁ ବାହାର କରି ରାଜ୍ୟ ପୋଲିସ କୋଲକାତା ଆଣୁ ଓ ନୂଆ ଢଙ୍ଗରେ ପୋଷ୍ଟମର୍ଟମ କରାଯାଉ । କୋର୍ଟ କହିଛନ୍ତି, ଛାତ୍ରଙ୍କ ପରିବାର ମୃତ ଦେହକୁ କବର ଭିତରୁ ବାହାର କରିବାର ସହମତି ଦେଇଥିଲେ । କୋର୍ଟ ଏହି ମାମଲାରେ ଆମିକସ୍ କ୍ୟୁରି ସନ୍ଦୀପ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ନୋଟ୍ କରାଯାଇଥିବା ପ୍ରମୁଖ ଫଳାଫଳ କଥା କହିଛନ୍ତି । କୋର୍ଟ କହିଛନ୍ତି, ପୀଡିତଙ୍କ ମୁଣ୍ଡ ପଛପଟେ ଦୁଇଟି କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ଚିହ୍ନକୁ ସମ୍ପର୍କରେ ସନ୍ଦୀପ କୁମାର ଭଟ୍ଟାଚାର୍ଯ୍ୟ, ଲେଫ୍ଟନାଣ୍ଟ ଆମିକସ୍ କ୍ୟୁରି ସୂଚନା ଦେଇଛନ୍ତି । ମୂଳ ପୋଷ୍ଟମର୍ଟମ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇ ନାହିଁ । ପୋଲିସ ଅପରାଧ ସ୍ଥଳରୁ ଏମ୍ପଲୁରା ନାମକ ଏକ ରାସାୟନିକ ପଦାର୍ଥ ପାଇଥିଲା । କୋର୍ଟ କହିଛନ୍ତି, ଭଟ୍ଟାଚାର୍ଯ୍ୟଙ୍କ କହିବା ଅନୁସାରେ, ସୋଡିୟମ ନାଇଟ୍ରେଟ୍ ଏକ ହଳଦିଆ ରଙ୍ଗର ପାଉଡର, ଯାହାର ବ୍ୟବହାର ସାଧାରଣତଃ ମାଂସକୁ ସଂରକ୍ଷିତ ରଖିବା ପାଇଁ ବ୍ୟବହାର କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking