31.1 C
Bhubaneswar
Monday, October 21, 2024
Homeଓଡିଶାଗୁଳିମାଡ଼ରେ ଆଇଆଇସିଙ୍କ ମୃତ୍ୟୁ ଘଟଣା: ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଗୁଳିମାଡ଼ରେ ଆଇଆଇସିଙ୍କ ମୃତ୍ୟୁ ଘଟଣା: ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ଗୁଳିମାଡ଼ରେ ମୃତ୍ୟୁ ଘଟଣା ଏବେ ହାଇକୋର୍ଟରେ ପହଞ୍ôଚଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ରୁଜୁ ହୋଇଥିବା ବେଳେ ମାମଲାରେ ଜଡ଼ିତ ଦୁଇ ପୁଲିସ୍ କର୍ମଚାରୀଙ୍କ ପଲିଗ୍ରାଫ୍ ଟେଷ୍ଟ କରିବା ପାଇଁ ଦାବି କରାଯାଇଛି । ତେବେ ଏହି ମାମଲାରେ ଭଞ୍ଜନଗର ଏସ୍‌ଡିପିଓ, ଆଇଆଇସିଙ୍କ ସମେତ ୭ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ତେବେ ମୃତ ଆଇଆଇସିଙ୍କ ପତ୍ନୀ ମଧ୍ୟ ଜଣେ ପୁଲିସ୍ କର୍ମଚାରୀ ହୋଇଥିବା ବେଳେ କିଛିଦିନ ତଳେ ସେ ନିଜର ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଉଚ୍ଚ ଅଧିକାରୀଙ୍କ ଚାପ ଯୋଗୁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି । ଏପରିକି ଆମେ ଦୁହେଁ ପୁଲିସ୍ କର୍ମଚାରୀ ହୋଇଥିଲେ ମଧ୍ୟ ଆମକୁ ପୁଲିସ୍ ଏ ମାମଲାରେ ସହଯୋଗ କରୁନଥିବା କହିଥିଲେ । ଯଦି ପୁଲିସ୍ କର୍ମଚାରୀ ହୋଇ ମଧ୍ୟ ଆମର ଏଭଳି ଦଶା ତେବେ ସାଧାରଣ ଜନତାଙ୍କ ଅବସ୍ଥା କ’ଣ ହେଉଥିବ ତାହା ବେଶ୍ ଅନୁମେୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking