ନୂଆଦିଲ୍ଲୀ : କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ଆଜି ୧୯୭୧ ଯୁଦ୍ଧ ସ୍ମୃତିରେ ବିଜୟ ଦିବସ ପାଳନ କରୁଛି ସାରା ଦେଶ । ହେଲେ ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି ବୋଲି କହିଛନ୍ତି ପ୍ରିୟଙ୍କା ଗାନ୍ଧି ।
ସେ କହିଛନ୍ତି ୧୯୭୧ ବାଂଲାଦେଶ ମୁକ୍ତି ଯୁଦ୍ଧରେ ଇନ୍ଦିରା ଗାନ୍ଧିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା । କିନ୍ତୁ ଆଜି ଏହି ବିଜୟ ଦିବସରେ ତାଙ୍କୁ ମନେ ପାକାଯାଇ ନାହିଁ । ଏହି ପ୍ରସଙ୍ଗରେ ପ୍ରିୟଙ୍କା କେନ୍ଦ୍ର ସରକାରଙ୍କୁ ଅହଙ୍କାରୀ ବୋଲି କହିଛନ୍ତି । ବିଜେପି ସରକାରଙ୍କ ଏହି ବିଜୟ ଉତ୍ସବରେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କୁ ବାଦ ଦିଆଯାଇଛି । ଏମିତିକି ଦେଶ ପାଇଁ ୩୨ଟି ଗୁଳି ଖାଇଥିବା ଇନ୍ଦିରାଙ୍କ ନାମ ନିମନ୍ତ୍ରଣ କାର୍ଡରେ ମଧ୍ୟ ନାହିଁ । ଏ ନେଇ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।