20.1 C
Bhubaneswar
Monday, November 25, 2024
Homeସ୍ୱାସ୍ଥ୍ୟବାରମ୍ବାର ଭୋକ ଲାଗୁଥିଲେ ହୋଇଯାଆନ୍ତୁ ସାବଧାନ, ଜାଣନ୍ତୁ ଶରୀରରେ କେଉଁ ସମସ୍ୟା ହେଲେ ଏପରି ହୁଏ

ବାରମ୍ବାର ଭୋକ ଲାଗୁଥିଲେ ହୋଇଯାଆନ୍ତୁ ସାବଧାନ, ଜାଣନ୍ତୁ ଶରୀରରେ କେଉଁ ସମସ୍ୟା ହେଲେ ଏପରି ହୁଏ

ଖାଦ୍ୟ ଖାଇବା କେବଳ ଶରୀରକୁ ଠିକ ରଖେ ତାହା ନୁହେଁ ବରଂ ଏହା ଦ୍ୱାରା ମୁଡ ବି ଠିକ ରହିଥାଏ । ସାଧାରଣତଃ ଲୋକମାନେ ବ୍ରେକଫାଷ୍ଟ, ଲଞ୍ଚ, ସନ୍ଧ୍ୟାରେ କିଛି ସ୍ନାକ୍ସ ଏବଂ ଡିନର କରିଥାନ୍ତି । କିନ୍ତୁ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଏତେ ଭୋକିଲା ଅନୁଭବ କରନ୍ତି ଯେ ସେମାନେ ଦିନରେ ଅନେକ ଥର ଖାଦ୍ୟ ଖାଆନ୍ତି । ତେବେ ଆପଣ ଖାଦ୍ୟ ଖାଇବା ପରେ ଆଉ କିଛି ଖାଇବାକୁ ଇଚ୍ଛା କରୁଛନ୍ତି କି? ଯଦି ଏହା ଆପଣଙ୍କ ସହିତ ଘଟୁଛି, ତେବେ ଏହାକୁ ଗମ୍ଭୀରତାର ସହ ନିଅନ୍ତୁ ଏବଂ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । କାରଣ ଅତ୍ୟଧିକ ଭୋକ ଲାଗିବା କୌଣସି ରୋଗର ଆରମ୍ଭ ଲକ୍ଷଣ ହୋଇପାରେ । ତେବେ ଜଣେ ବ୍ୟକ୍ତି କାହିଁକି ବାରମ୍ବାର ଭୋକ ଅନୁଭବ କରେ ଆସନ୍ତୁ ଜାଣିବା ।

ବ୍ୟୁରୋ : ଯଦି ଆପଣ ଅଧିକ ଶାରୀରିକ କାର୍ଯ୍ୟ କରନ୍ତି, ତେବେ ଆପଣଙ୍କୁ ସବୁବେଳେ ଭୋକ ଲାଗିବ । କିନ୍ତୁ ଯଦି ଆପଣ କୌଣସି ପ୍ରକାରର ଶାରୀରିକ କାର୍ଯ୍ୟ କରନ୍ତି ନାହିଁ, ତଥାପି ଆପଣ ବାରମ୍ବାର ଭୋକିଲା ଅନୁଭବ କରୁଛନ୍ତି, ତେବେ ଏହା ଚିନ୍ତାର ବିଷୟ ହୋଇପାରେ । ଅତ୍ୟଧିକ ଭୋକର କାରଣ ହେଉଛି ମଧୁମେହ ବା ଡାଇବେଟିଜ । ଡାଇବେଟିଜ ରୋଗୀମାନେ ଖାଦ୍ୟ ଖାଇବା ପରେ ମଧ୍ୟ ସେମାନଙ୍କୁ ଶୀଘ୍ର ଭୋକ ଲାଗିଥାଏ । କାରଣ ସେମାନଙ୍କ ଶରୀର ଯଥେଷ୍ଟ ଇନସୁଲିନ୍ ତିଆରି କରେ ନାହିଁ । ଡାଇବେଟିଜ ଏକ ବିନା ଚିକିତ୍ସା ଯୁକ୍ତ ରୋଗ ହୋଇପାରେ, କିନ୍ତୁ ଯଦି ନିର୍ଦ୍ଦିଷ୍ଟ ଉପାୟରେ ଖାଦ୍ୟ ଖାଆନ୍ତି, ତେବେ ଏହି ରୋଗକୁ ନିୟନ୍ତ୍ରଣ କରିବା ସହଜ ହୋଇଯାଏ ।

ଥାଇରଏଡ ଅସନ୍ତୁଳନ ହେବା ପରେ ମଧ୍ୟ ଆପଣ ଅଧିକ ଭୋକିଲା ଅନୁଭବ କରିପାରନ୍ତି । ଥାଇରଏଡରେ ଭୋକ ତ ନିଶ୍ଚିତ ଲାଗିଥାଏ, ଓଜନ ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗେ । କିଛି ଲୋକଙ୍କ ମୁହଁରେ କେଶ ମଧ୍ୟ ଦେଖାଯିବା ଆରମ୍ଭ କରେ । ତେଣୁ ଭୋକ ଲାଗିବାର ଏହା ମଧ୍ୟ ଏକ କାରଣ ହୋଇପାରେ ।

ବର୍ତ୍ତମାନ ସମୟରେ ବହୁ ସଂଖ୍ୟକ ଲୋକ ଡିପ୍ରେସନ ଏବଂ ଷ୍ଟ୍ରେସର ସମ୍ମୁଖୀନ ହେଉଛନ୍ତି । ଅତ୍ୟଧିକ ଭୋକର ସମସ୍ୟା ଷ୍ଟ୍ରେସ ଏବଂ ଡିପ୍ରେସନରେ ମଧ୍ୟ ଦେଖାଯାଏ । ଭୋକ ଅଧିକ ଲାଗୁଥିବାରୁ ଅନେକ ଥର ଲୋକମାନେ ଅଜାଣତରେ ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ଖାଆନ୍ତି, ଯେଉଁ କାରଣରୁ ସେମାନେ ଅନେକ ସମସ୍ୟାରେ ପଡ଼ିଥାନ୍ତି ଏବଂ ଓଜନ ବଢ଼ିବାର ଆଶଙ୍କା ମଧ୍ୟ ରହିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking