31.1 C
Bhubaneswar
Saturday, March 7, 2026
Homeଓଡିଶାଛାତରୁ ଖସି ପଡିଲେ ରୋଗୀ

ଛାତରୁ ଖସି ପଡିଲେ ରୋଗୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଆଜି ପୂର୍ବାହ୍ଣ ପ୍ରାୟ ୧୧ଟାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ବିଜୟ ସାହୁ  ଡାକ୍ତରଖାନାର ଉପର ମହଲାରୁ ଖସିପଡ଼ି ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର କଣ୍ଟିପାଳ ଗ୍ରାମର ବିଜୟ ସାହୁ ଆଜି ସକାଳୁ ଚିକିତ୍ସା ପାଇଁ ଡାକ୍ତରଖାନା ଆସିଥିଲେ। ତାଙ୍କ ସାଥୀରେ ପତ୍ନୀ ଶାନ୍ତିଲତା ଥିଲେ। ଡାକ୍ତରଖାନାରେ ବିଜୟଙ୍କର ଡାଇଲିସିସ୍ ହେବାର ଥିଲା। ତାଙ୍କର ନମ୍ବର ଆସିବା ପୂର୍ବରୁ ଅଘଟଣର ଶିକାର ହୋଇଥିଲେ। ‌ଅସାବଧାନତା ଅଥବା ଅନ୍ୟ କୌଣସି କାରଣରୁ ବିଜୟ ଖସିପଡ଼ିଥିଲେ। ସେଠାରୁ ତାଙ୍କୁ ଡାକ୍ତରଖାନା କର୍ମଚାରୀମାନେ ଉଦ୍ଧାର କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ଘଷିପୁରା ପୁଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking