ଭୁବନେଶ୍ୱର: ମଦ ପିଇ ଗାଡ଼ି ଚଲାଇ ଧରା ପଡିଲେ ୫ ହଜାର ଟଙ୍କା ଫାଇନ ଗଣିବେ। ଅନେକ ସମୟରେ ମଦ୍ୟପ ଡ୍ରାଇଭର ଗାଡ଼ି ଧକ୍କା କରି ଘଟଣାସ୍ଥଳରୁ ଫେରାର ହୋଇଯାଉଥିବା ବେଳେ ଅନ୍ୟର ଧନ ଜୀବନ ନଷ୍ଟ ହେଉଥିବା ଡିସିପି କହିଛନ୍ତି। ତେବେ ଏଭଳି ଡ୍ରାଇଭରଙ୍କୁ ଧରିବା ଲାଗି ଭୁବନେଶ୍ୱରରେ ପୋଲିସକର୍ମୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି।
ଏମିତି ଅନେକ ସମୟରେ ଦେଖିବାକୁ ମିଳିଛି ରାସ୍ତାର ଗୋଟିଏ ପାର୍ଶ୍ୱରେ ଭୁଲ୍ ଗାଡ଼ି ଚଲାଇବା ଯୋଗୁ ଦୁର୍ଘଟଣା ଘଟୁଛି। ଏଭଳି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଫାଇନ୍ ପଡ଼ୁଥିଲେ ମଧ୍ୟ ସୁଧୁରିବାର ନାଁ ଧରୁ ନାହାନ୍ତି। ଫଳରେ ନିଜେ ଅସୁବିଧାରେ ପଡ଼ିବା ସହ ଅନ୍ୟଙ୍କୁ ମଧ୍ୟ ସେମାନେ ଅସୁବିଧାରେ ପକାଉଛନ୍ତି। ଏଭଳି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ୍ କରିବା ଲାଗି କମିଶନରେଟ ପୋଲିସର ଭୁବନେଶ୍ୱର ୟୁପିଡି କଠୋର ପଦକ୍ଷେପ ନେବାକୁ ଯାଉଛି।