28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶମାଳଦ୍ୱୀପ ଛୁଟି ବାତିଲ କଲେ ମିଳିବ ଫ୍ରି ଛୋଲେ ଭଟୁରେ

ମାଳଦ୍ୱୀପ ଛୁଟି ବାତିଲ କଲେ ମିଳିବ ଫ୍ରି ଛୋଲେ ଭଟୁରେ

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ନେଇ ମାଳଦ୍ୱୀପର କିଛି ମନ୍ତ୍ରୀ ସମାଲୋଚନା କରିବା ପରେ ତେଜିବାରେ ଲାଗିଛି ଭାରତ ଓ ମାଳଦ୍ୱୀପ ମଧ୍ୟରେ ବିବାଦ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପମାନ କରିବା ପରେ ମାଳଦ୍ୱୀପକୁ କଡ଼ା ଜବାବ ଦେଇ ଟ୍ରିପ ବାତିଲ କରିଥିଲେ ଲକ୍ଷ ଲକ୍ଷ ଭାରତୀୟ । ଏହା ବିବାଦ ମଧ୍ୟରେ ଉତ୍ତରପ୍ରଦେଶ ନୋଏଡା ସ୍ଥିତ ଏକ ରେସ୍ତୋରାଁ ଗ୍ରାହକଙ୍କ ପାଇଁ ନିଆରା ଅଫର ଆଣିଛି । ମାଳଦ୍ୱୀପ ଛୁଟି ବାତିଲ କଲେ ଉକ୍ତ ଗ୍ରାହକଙ୍କୁ ମାଗଣାରେ ଛୋଲେ ଭଟୁରେ ଦିଆଯିବ ବୋଲି ଘୋଷଣା କରିଛି । ରିପୋର୍ଟ ଅନୁସାରେ ନୋଏଡା ଓ ଗାଜିଆବାଦରେ ଥିବା ଏକ ଜଣାଶୁଣା ରେସ୍ତୋରାଁ ଗ୍ରାହକଙ୍କ ପାଇଁ ଏହି ଅଫର ଆଣିଛି । ତେବେ ଏଥିଲାଗି ଗ୍ରାହକଙ୍କୁ ଟିକେଟ କ୍ୟାନ୍େସଲର ପ୍ରମାଣ ଦେଖାଇବାକୁ ପଡ଼ିବ ।

ଏନେଇ ରେସ୍ତୋରାଁ ମାଲିକ ବିଜୟ ମିଶ୍ର କହିଛନ୍ତି, “ଆମେ ଲାକ୍ଷାଦ୍ୱୀପ ପର୍ଯ୍ୟଟନକୁ ପ୍ରମୋଟ କରିବାକୁ ଚାହୁଁଛୁ । ଗତ ଶନିବାର ଠାରୁ ଏହି ଅଫର ଆରମ୍ଭ ହୋଇଥିବା ବେଳେ ଗ୍ରାହକଙ୍କ ଭଲ ରେସପନ୍ସ ମିଳିଛି । ଏହି ଅଫର ପାଇଁ ଅଧିକ ଗ୍ରାହକ ଆସୁଥିବାରୁ ଆସନ୍ତା ଜାନୁଆରୀ ପର୍ଯ୍ୟନ୍ତ ଅଫର ସମୟ ସୀମାକୁ ବୃଦ୍ଧି କରାଯାଇଛି । ସୂଚନାଯୋଗ୍ୟ, ଗତ କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପ ଗସ୍ତ କରିଥିଲେ । ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହାପରେ ଲାକ୍ଷାଦ୍ୱୀପ ସୌନ୍ଦର୍ଯ୍ୟକୁ ନେଇ ପୁରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହାପରେ ପର୍ଯ୍ୟଟନ ଉପରେ ନିର୍ଭର କରୁଥିବା ମାଳଦ୍ୱୀପ ଭୟଭୀତ ହୋଇପଡ଼ିଥିଲା । ମାଳଦ୍ୱୀପର ୩ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରି ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking