ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ଦୁନିଆର ଅର୍ଥନୈତିକ ବ୍ୟବସ୍ଥା ଉପରେ ପ୍ରଭାବ ପକାଇଛି । ଏହି ଯୁଦ୍ଧ ଯୋଗୁ ବିଶ୍ୱରେ କାର, ମୋବାଇଲ ଓ ବିଭିନ୍ନ ଇଲେକ୍ଟ୍ରିକ ଉପକରଣ ଉତ୍ପାଦନ ଉପରେ ସଙ୍କଟ ଦେଖାଦେବ । କାରଣ ଏହିସବୁ ଜିନିଷ ଉତ୍ପାଦନରେ ଆବଶ୍ୟକ କଞ୍ଚାମାଲ ଚିପ ସଙ୍କଟଦେଖା ଦେଇପାରେ । କାରଣ କୋଭିଡ କାରଣରୁ ଗତ ଦେଢ଼ ବର୍ଷ ହେବ ଚିପ ସଙ୍କଟ ଦେଖାଦେଇଛି । ଯୁଦ୍ଧ ଯୋଗୁ ଏହି ସଙ୍କଟ ଆହୁରି ବଢିପାରେ । ସମଗ୍ର ଦୁନିଆରେ କେବଳ ରୁଷ ୪୪ ପ୍ରତିଶତ ପେଲାଡିୟମ ଯୋଗାଣ କରିଥାଏ । ଏହା ବ୍ୟତୀତ ଦୁନିଆରେ ୭୦ ପ୍ରତିଶତ ନିଅନ ଯୋଗାଣ ୟୁକ୍ରେନରୁ ହୋଇଥାଏ । କୌଣସି ବି ଚିପ୍ ତିଆରି ପାଇଁ ଦୁଇ ଜିନିଷର ଅତି ଆବଶ୍ୟକ ରହିଛି । ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ କାରଣରୁ ଏବେ ଏହି ସବୁ ଜିନିଷର ଯୋଗାଣ ବାଧାପ୍ରାପ୍ତ ହୋଇଛି । ତେଣୁ ଆଗାମୀ ଦିନରେ ଚିପ୍ ସଙ୍କଟର ପ୍ରଭାବ ସମଗ୍ର ଦୁନିଆରେ ଦେଖିବାକୁ ମିଳିପାରେ ।
ପେଲାଡିୟମ ଏବଂ ନିଅନ ଏମିତି ଦୁଇଟି ଜିନିଷ ଯାହା କୌଣସି ଚିପ୍ ଅର୍ଥାତ ସେମି କଣ୍ଡକ୍ଟର ନିର୍ମାଣରେ ବ୍ୟବହାର ହୋଇଥାଏ । ଏହି ସେମି କଣ୍ଡକ୍ଟର କୌଣସି ବି ଇଲେକ୍ଟ୍ରିକ ଉପକରଣ ଯଥା କାର, ମୋବାଇଲ ଏବଂ ଅନ୍ୟ ଉତ୍ପାଦନରେ ଲାଗିଥାଏ । ଏହା ବିନା ବୈଦ୍ୟୁତିକ ଉପକରଣ ଚାଲି ନଥାଏ । ସେମି କଣ୍ଡକ୍ଟର ବିନା କାରଠୁ ଆରମ୍ଭ କରି ମୋବାଇଲ ଓ ସବୁ ଇଲେକ୍ଟ୍ରକାଲ ଜିନିଷ ବେକାର । ଏହାର ଯୋଗାଣରେ ବାଧାପ୍ରାପ୍ତ ସାରା ଦୁନିଆରେ ସଙ୍କଟ ସ୍ଥିତି ଆଣିଛି । ଫଳରେ ମୋବାଇଲ୍ ଏବଂ କାର ଉତ୍ପାଦନ ଉପରେ ଏହାର ଗୁରୁତର ପ୍ରଭାବ ପଡିବ । ଏହାଛଡା ଯୁଦ୍ଧ ଯୋଗୁ ତୈଳ ଦାମ ଉପରେ ମଧ୍ୟ ପ୍ରଭାବ ପକାଇବା ।