32.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଭାରତରେ ରହିବାକୁ ହେଲେ ‘ଭାରତ ମାତା କୀ ଜୟ’ କହିବାକୁ ପଡ଼ିବ: କେନ୍ଦ୍ରମନ୍ତ୍ରୀ

ଭାରତରେ ରହିବାକୁ ହେଲେ ‘ଭାରତ ମାତା କୀ ଜୟ’ କହିବାକୁ ପଡ଼ିବ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଯେଉଁମାନେ ଭାରତରେ ରହିବାକୁ ଇଚ୍ଛୁକ ସେମାନଙ୍କୁ ‘ଭାରତ ମାତା କୀ ଜୟ’ ବୋଲି କହିବାକୁ ପଡ଼ିବ ବୋଲି ଶନିବାର ଦିନ କେନ୍ଦ୍ରମନ୍ତ୍ରୀ କୈଳାସ ଚୌଧୁରୀ ଗୁରୁତ୍ବ ଦେଇ କହିଛନ୍ତି। ବିଜେପି’ଦ୍ବାରା ଆୟୋଜିତ କୃଷକ ସମ୍ମିଳନୀରେ ଉଦ୍‌ବୋଧନ ଦେବା ବେଳେ କୃଷି ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ ଉପରୋକ୍ତ କଥା କହିଛନ୍ତି। ହାଇଦ୍ରାବାଦରେ ଜନସାଧାରଣଙ୍କ ପ୍ରତିନିଧିମାନେ ବ୍ୟବହାର କରୁଥିବା ମନ୍ଦ ଭାଷାକୁ ଉଦ୍ଦେଶ୍ୟ କରି ସେ କହିଲେ, ଆଗକୁ ସେମାନଙ୍କ ପ୍ରତି ଦଣ୍ଡବିଧାନ କରାଯିବ। କାରଣ ରାଜ୍ୟରେ ଜାତୀୟ ଭାବନା ଥିବା ସରକାର ଗଠନ କରାଯିବ।
ଗୁରୁତ୍ବାରୋପ କରି ସେ କହିଲେ, ଭାରତରେ ରହି ‘ଭାରତ ମାତା କୀ ଜୟ’ କହିପାରିବେ ନାହିଁ ବୋଲି ଯେଉଁମାନେ କହୁଛନ୍ତି, ସେମାନେ ନରକଗାମୀ ହୁଅନ୍ତୁ। ଭାରତରେ ରହିବାକୁ ହେଲେ ‘ଭାରତ ମାତା କୀ ଜୟ’ କହିବାକୁ ପଡ଼ିବ। ଭାରତରେ ରହି କ’ଣ ‘ପାକିସ୍ତାନ ଜିନ୍ଦାବାଦ୍‌’ କହିବେ? ଯେଉଁମାନେ ‘ବନ୍ଦେ ମାତରଂ’ ଓ ‘ଭାରତ ମାତା କୀ ଜୟ’ କହୁଛନ୍ତି, ଏ ଦେଶରେ ସେମାନଙ୍କର ହିଁ ସ୍ଥାନ ଅଛି। ଯେଉଁମାନଙ୍କର ‘ପାକିସ୍ତାନ ଜିନ୍ଦାବାଦ୍‌’ ଉପରେ ବିଶ୍ବାସ, ସେମାନେ ପାକିସ୍ତାନକୁ ଚାଲିଯିବା ଉଚିତ। ଏଠାରେ ରହିବା ଅନାବଶ୍ୟକ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ କୃଷକମାନଙ୍କ ଉପରେ ଗୁରତ୍ବ ଦେଉଛନ୍ତି ବୋଲି କହି କେନ୍ଦ୍ରମନ୍ତ୍ରୀ ଚୌଧୁରୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକାରର କୃଷକ କଲ୍ୟାଣ ଯୋଜନା କଥା ମଧ୍ୟ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking