27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶବିବାହ ଦିନ ଅସୁସ୍ଥ ହେଲେ କନ୍ୟା, ହସ୍ପିଟାଲ ବେଡରେ ସିନ୍ଦୂର ପିନ୍ଧାଇଲେ ବର

ବିବାହ ଦିନ ଅସୁସ୍ଥ ହେଲେ କନ୍ୟା, ହସ୍ପିଟାଲ ବେଡରେ ସିନ୍ଦୂର ପିନ୍ଧାଇଲେ ବର

ହାଇଦ୍ରାବାଦ: ତେଲେଙ୍ଗାନା ମଞ୍ଚେରିଅଲରେ ବିବାହ ପୂର୍ବ ଦିନ ଅସୁସ୍ଥ ହେବା ପରେ ସର୍ଜରୀ ଲାଗି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଯୁବତୀଙ୍କୁ ବରମାଳା ପିନ୍ଧାଇଛନ୍ତି ବର । ଗୁରୁବାର ଏକ ଘରୋଇ ହସ୍ପିଟାଲରେ ଏପରି ଅସାଧାରଣ ବିବାହ ଦେଖିବାକୁ ମିଳିଛି । ହସ୍ପିଟାଲରେ ପରିବାର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଯୁବତୀଙ୍କୁ ବିବାହ କରିଛନ୍ତି ଯୁବକ । ସୂଚନା ଅନୁଯାୟୀ, ମଞ୍ଚେରିଅଲ ଜିଲ୍ଲା ଚେନ୍ନୁର ମଣ୍ଡଳର ଯୁବତୀ ବନୋଥ ଶୈଳଜା ନିଜ ବିବାହ ପୂର୍ବ ଦିନ ଅସୁସ୍ଥ ହୋଇପଡିଥିଲେ । ତେବେ ସେ ଭୁପଲପଲି ଜିଲ୍ଲା ଜୟଶଙ୍କର ଗ୍ରାମର ହଟକର ତିରୁପତିଙ୍କୁ ଫେବୃଆରୀ ୨୩ ତାରିଖ ଦିନ ବିବାହ କରିବାକୁ ଯାଉଥିଲେ । ହେଲେ ହଠାତ ଏହା ପୂର୍ବ ଦିନ ସନ୍ଧ୍ୟା ସମୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ ।

ଏହାପରେ ଶୈଳଜାଙ୍କୁ ତାଙ୍କ ପରିବାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ ଡାକ୍ତର ଶୈଳଜାଙ୍କୁ ସର୍ଜରୀ ପାଇଁ ପ୍ରସ୍ତୁତ ହେବା ଲାଗି ପରାମର୍ଶ ଦେଇଥିଲେ । ଏହାପରେ କନ୍ୟା ଘର ବର ପକ୍ଷକୁ ଏନେଇ ଖବର ଦେଇଥିଲେ । ଶୈଳଜାଙ୍କ ଅସୁସ୍ଥତା ଖବର ପାଇ ତିରୁପତିଙ୍କ ପରିବାର ହସ୍ପିଟାଲରେ ପହଞ୍ଚିଥିଲେ । ବିବାହ ପୂର୍ବ ଦିନ ତିରୁପତିଙ୍କ ସମେତ ବର ପକ୍ଷର ପରିବାର ହସ୍ପିଟାଲରେ ରହିଥିବା ବେଳେ ଡାକ୍ତର ଶୈଳଜାଙ୍କ ସର୍ଜରୀ କରିଥିଲେ । ରିକଭରୀ ପାଇଁ ଶୈଳଜାଙ୍କୁ କିଛି ଦିନ ଲାଗି ବେଡ ରେଷ୍ଟ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଏଣୁ ହସ୍ପିଟାଲ ବେଡରେ ଶୈଳଜାଙ୍କୁ ବିବାହ କରିବା ଲାଗି ତିରୁପତି ଉଭୟ ବର ଓ କନ୍ୟା ପକ୍ଷକୁ ରାଜି କରାଇଥିଲେ । ବିବାହ ଲାଗି ହୋଇଥିବା ସାଜସଜ୍ଜାକୁ ନେଇ ଉଭୟ ପକ୍ଷ ଚିନ୍ତିତ ରହିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ତିରୁପତିଙ୍କ ସହିତ ଉଭୟ ପକ୍ଷ ସହମତି ପ୍ରକାଶ କରିଥିଲେ । ଏହି ବିବାହ ଲାଗି ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ସମତି ଜଣାଇଥିଲେ । ଏହାପରେ ନିର୍ଦ୍ଧାରିତ ସମୟରେ ହସ୍ପିଟାଲରେ ଶୈଳଜାଙ୍କୁ ବିବାହ କରିଥିଲେ ତିରୁପତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking