ଆମେରିକା: ଗୋଟିଏ ଖଟରେ ତଥା ସ୍ବାମୀ ଓ ସ୍ତ୍ରୀ ବସି ଟିଭି ଦେଖୁଥାନ୍ତି। ସେହି ଖଟରେ ତାଙ୍କର ଏକ ମାତ୍ର ପୁଅ ମଧ୍ୟ ବସି ଖେଳୁଥିଲା। ହଠାତ୍ ଏକ ଚିତ୍କାର ଶବ୍ଦ ଶୁଣିବାକୁ ମିଳିଲା। ତାହା କୈାଣସି ସିରିଏଲ୍ କି ଅନ୍ୟ କେଉଁ ମଣିଷର ଚିତ୍କାର ସ୍ବର ନ ଥିଲା। ପୁଅଟି ଖେଳୁଥିବା ସମୟରେ ହିଁ ବନ୍ଧୁକର ଗୁଳିରେ ମା’କୁ ମାରି ଦେଇଥିଲା। ଏକାଠି ହୋଇ ମଉଜ ମଜଲିସ କରୁଥିବା ବାପା, ମା ଓ ପୁଅର ଖୁସି ବୋଧେ ଭଗବାନ ସହୟ କରିପାରିଲେନି। କେବଳ ,ସେତିକି ନୁହେଁ, ମହିଳା ଜଣଙ୍କ ଗଭର୍ବତୀ ଥିଲେ। ଦ୍ବିତୀୟ ସନ୍ତାନର ମା’ ହେବାକୁ ଯାଉଥିଲେ ମହିଳା ଜଣକ। ମିଳିଥିବା ସୂଚନାନୁସାରେ, ଖଟ ଉପରେ ବନ୍ଧୁକ ରଖାଯାଇଥିଲା। ଶିଶୁଟି ବନ୍ଧୁକ ସହିତ ଖେଳୁଥିବା ସମୟରେ ଟ୍ରିଗର ଉପରେ ହାତ ବାଜିଯାଇଥିଲା। ଫଳରେ ଗୁଳିଟି ସିଧା ମା’ ମୁହଁରେ ଯାଇ ବାଜିଥିଲା। ମହିଳା ଜଣଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା। ଚିକିତ୍ସିତ କରିବା ସମୟରେ ହିଁ ଡାକ୍ତର ମୃତ ଘୋଷଣା କରିଥିଲେ। ମହିଳା ଜଣଙ୍କର ବୟସ ୨୭ ବର୍ଷ। ସେ ନିଜ ସ୍ୱାମୀଙ୍କ ସହ ବସି ଟିଭି ଦେଖୁଥିଲେ।
ବାପାଙ୍କ କହିବାନୁସାରେ, ଘରର ସଦସ୍ୟଙ୍କ ସୁରକ୍ଷା ପାଇଁ ଅନ୍ୟ ଜଣଙ୍କ ଠାରୁ ବନ୍ଧୁକ ମାଗି ଘରେ ରଖିଥିଲେ। ମାତ୍ର ବନ୍ଧୁକ ରେଜିଷ୍ଟେସନକାରୀ ଏବେ ଗାୟବ ଅଛି। ଓ୍ବାଂଶିଟନ୍ ରେ ବନ୍ଧୁକକୁ ନେଇ ନୂଆ ଆଇନ ତିଆରି କରାଯାଇଛି। ସେହି ଅନୁଯାୟୀ, ବନ୍ଧୁକକୁ ରଖିବା ବାଲା ଯଦି ବନ୍ଧୁକର ସୁରକ୍ଷା କିମ୍ବା ଧ୍ୟାନ ନ ଦିଏ ତେବେ ତା ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯାଇପାରିବ। ଆମେରିକାରେ ବନ୍ଧୁକ ଆଧାରିତ ହିଂସା ବଢ଼ିବାରେ ଲାଗିଛି। ବ୍ୟାଙ୍କରୁ ଆରମ୍ଭ କରି ହସ୍ପିଟାଲ ଏବଂ ସ୍କୁଲ ପର୍ଯ୍ୟନ୍ତ ଏମିତି କେତେ କେତେ ଲୋକ ମୃତ୍ୟୁ ବରଣ କରୁଛନ୍ତି। ୨୦୧୮ରେ ଆମେରିକାର ଏକ ସ୍କୁଲର ଏଭଳି ଭାବେ ୧୧୩ଜଣର ମୃତ୍ୟୁ ହୋଇଥିଲା।