ମାଲକାନଗିରି: ଛତିଶଗଡ଼ ନାରାୟଣପୁର ସୋନପୁର ଅଞ୍ଚଳରେ ନକ୍ସଲମଙ୍କ ଆଇଇଡି ବିସ୍ଫୋରଣରେ ଜଣେ ଆଇଟଇବିପିର ଯବାନ ସହିଦ ହୋଇଥିବା ଜଣାପଡ଼ିଛି । ସେହିଭଳି ଆଉ ଜଣେ ଯବାନ ଗୁରୁତର ହୋଇଥିବା ବେଳେ ତାଙ୍କୁ ଏୟାର୍ ଲିଫ୍ଟ କରାଯାଇ ରାୟପୁର ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ସର୍ଚ୍ଚ ଅପରେସନ୍ ବେଳେ ଏହି ଦୁର୍ଘଟଣା ଘଟିଥିବା ଆଇଟିବିପି ଏବଂ ସ୍ଥାନୀୟ ପୁଲିସ୍ ପକ୍ଷରୁ କୁହାଯାଇଛି ।