ନୂଆଦିଲ୍ଲୀ : ଛତିଶଗଡରୁ ବିଜାପୁରରେ ଆଇଇଡି ବିସ୍ଫୋରଣ ହୋଇଛି । ବିଜାପୁର ଜିଲ୍ଲା ଟୋଡକା ନିକଟରେ ବିସ୍ଫୋରଣ ହୋଇଛି । ସର୍ଚ୍ଚ ଅପରେସନ ସାରି ଫେରୁଥିଲେ ଯବାନ । ତେବେ ଆଇଇଡି ବିସ୍ଫୋରଣରେ ୩ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପୂର୍ୱରୁ ଓଡିଶା – ଛତିଶଗଡ ସୀମାରେ ଏନକାଉଣ୍ଟର ହୋଇଛି । ଏନକାଉଣ୍ଟରରେ ୩ ମାଓବାଦୀ ନିପାତ ହୋଇଛନ୍ତି । ଗରିଆବନ୍ଧ- ନୂଆପଡା ସୀମାବର୍ତ୍ତୀ ଜଙ୍ଗଲରେ ଅପରେସନ ଜାରି ରହିଛି । ଓଡିଶା ଏବଂ ଛତିଶଗଡ ପକ୍ଷରୁ ମିଳିତ ଅପରେସନ ଚାଲିଛି । ଓଡିଶା ଏସଓଜି , ସିଆରପିଏଫ ଓ ଛତିଶଗଡ ପୁଲିସର ଅପରେସନ ଜାରି ରହିଛି । ଏନେଇ ଗରିଆବନ୍ଧ ଏସପି ନିଖିଲ ରଖେଚା ସୂଚନା ଦେଇଛନ୍ତି ।