16.1 C
Bhubaneswar
Monday, February 9, 2026
Homeଖେଳଆଇସିସି ମହିଳା ଦିନିକିଆ ର‌୍ୟାଙ୍କିଙ୍ଗ୍‌; ଦ୍ୱିତୀୟ ସ୍ଥାନରେ ଦୀପ୍ତି ଶର୍ମା

ଆଇସିସି ମହିଳା ଦିନିକିଆ ର‌୍ୟାଙ୍କିଙ୍ଗ୍‌; ଦ୍ୱିତୀୟ ସ୍ଥାନରେ ଦୀପ୍ତି ଶର୍ମା

ଦୁବାଇ: ଭାରତୀୟ ସ୍ପିନର୍ ଦୀପ୍ତି ଶର୍ମାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ଦମଦାର ପ୍ରଦର୍ଶନର ପ୍ରତିଦାନ ମିଳିଛି। ମଙ୍ଗଳବାର ଆଇସିସି ପକ୍ଷରୁ ଜାରୀ ଦିନିକିଆ ର‌୍ୟାଙ୍କିଙ୍ଗ୍‌ରେ ଦୁଇଟି ସ୍ଥାନର ଲମ୍ଫ ପ୍ରଦାନ କରି ସେ ଦ୍ୱିତୀୟ ନମ୍ବରରେ ପହଞ୍ଚିଛନ୍ତି। ଇଂଲଣ୍ଡର ସୋଫି ଏକ୍ଲେଷ୍ଟୋନ୍ ୭୭୦ ରେଟିଂ ପଏଣ୍ଟ ସହ ବୋଲିଂ ସୂଚୀ ଶୀର୍ଷରେ ରହିଛନ୍ତି। ୨୭ ବର୍ଷୀୟା ଖେଳାଳି ନିକଟରେ ଶେଷ ହୋଇଥିବା ଟି-୨୦ ବିଶ୍ୱକପ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିବା ବେଳେ ଏବେ ଦିନିକିଆ ସିିରିଜ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇଟି ମ୍ୟାଚ୍‌ରେ ୩ଟି ୱିକେଟ୍ ହାସଲ କରିବାର ଲାଭ ତାଙ୍କୁ ର‌୍ୟାଙ୍କିଙ୍ଗ୍‌ରେ ମିଳିଛି। ଦୀପ୍ତି କ୍ୟାରିୟର୍‌ରେ ପ୍ରଥମ ଥର ଆଇସିସି ର‌୍ୟାଙ୍କିଙ୍ଗ୍‌ର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଶୀର୍ଷ ୧୦ ବ୍ୟତୀତ ଦିନିକିଆ ବୋଲିଂ ର‌୍ୟାଙ୍କିଙ୍ଗ୍‌ରେ କେତେକ ପରିବର୍ତ୍ତନ ଘଟିଛି। ନ୍ୟୁଜିଲାଣ୍ଡର ଲି ତାହୁହୁ ତିନିଟି ସ୍ଥାନର ସୁଧାର ସହ ୧୨ଶ ସ୍ଥାନରେ ପହଞ୍ଚିଛନ୍ତି। ଆମେଲିଆ କେର୍ ୧୩ଶ ଏବଂ କ୍ୟାପ୍‌ଟେନ୍ ସୋଫି ଡିଭାଇନ୍ ନଅଟି ସ୍ଥାନର ସୁଧାର ସହ ୩୦ତମ ସ୍ଥାନରେ ପହଞ୍ଚିଛନ୍ତି। ତେବେ ବ୍ୟାଟିଂ ର‌୍ୟାଙ୍କିଙ୍ଗ୍‌ରେ ସ୍ମୃତି ମନ୍ଧାନାଙ୍କୁ ଝଟ୍‌କା ଲାଗିଛି। ସେ ଗୋଟିଏ ସ୍ଥାନର କ୍ଷତି ସହ ଚତୁର୍ଥ ସ୍ଥାଚୁ ଖସିଯାଇଛନ୍ତି। ତାଙ୍କ ରେଟିଂ ପଏଣ୍ଟ ୭୦୫ ରହିଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ କ୍ୟାପ୍‌ଟେନ୍ ସୋଫି ଡିଭାଇନ୍ ତିନିଟି ସ୍ଥାନର ଉନ୍ନତି ସହ ଅଷ୍ଟମରେ ପହଞ୍ଚିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking