18.1 C
Bhubaneswar
Saturday, November 23, 2024
Homeଖେଳଆଇସିସି ଟେଷ୍ଟ ର‌୍ୟାଙ୍କିଂ: ଟପ୍‌-୫ରେ ବୁମ୍‌ରା, ୯କୁ ଖସିଲେ କୋହଲି

ଆଇସିସି ଟେଷ୍ଟ ର‌୍ୟାଙ୍କିଂ: ଟପ୍‌-୫ରେ ବୁମ୍‌ରା, ୯କୁ ଖସିଲେ କୋହଲି

ଦୁବାଇ: ଶ୍ରୀଲଙ୍କା ବିପକ୍ଷ ପିଙ୍କ୍‌ବଲ୍ ଟେଷ୍ଟରେ ୫ ୱିକେଟ୍ ସଫଳତା ପାଇଥିବା ଭାରତୀୟ ପେସର୍ ଜସ୍‌ପ୍ରୀତ୍ ବୁମ୍‌ରା ବୁଧବାର ପ୍ରକାଶିତ ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ୍‌ରେ ଛଅଟି ସ୍ଥାନ ଉପରକୁ ଉଠି ଚତୁର୍ଥରେ ପହଞ୍ଚିଛନ୍ତି । ମାତ୍ର ପୂର୍ବତନ କ୍ୟାପ୍‌ଟେନ୍ ବିରାଟ କୋହଲି ବ୍ୟାଟିଂ ସୂଚୀରେ ନବମ ସ୍ଥାନକୁ ଖସି ଆସିଛନ୍ତି । ବେଙ୍ଗାଲୁରୁରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍‌ରେ ଆଠ ୱିକେଟ୍ ହାସଲ କରିଥିବା ବୁମ୍‌ରା ବୋଲିଂ ସୂଚୀରେ ଶାହିନ୍ ଆଫ୍ରିଦି, ଟିମ୍ ସାଉଟି, ଜେମ୍ସ ଆଣ୍ଡର୍‌ସନ୍‌, ନିଲ୍ ୱାଗ୍‌ନର୍ ଓ ଜୋଶ ହେଜଲ୍‌ଉଡ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି । ଅନ୍ୟପକ୍ଷରେ ପ୍ରଦର୍ଶନକୁ ନେଇ ସଂଘର୍ଷ କରୁଥିବା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ କୋହଲି ଚାରିଟି ସ୍ଥାନ ତଳକୁ ଖସିଆସିଛନ୍ତି । ତେବେ ଋଷଭ ପନ୍ତ୍‌ଙ୍କ ଉପରେ ଶୀର୍ଷ ୧୦ରେ ସ୍ଥାନ ବଜାୟ ରଖିବାକୁ ସକ୍ଷମ ହୋଇଛନ୍ତି । ପନ୍ତ୍ ଦଶମ ସ୍ଥାନରେ କାଏମ ରହିଛନ୍ତି ।
ଭାରତୀୟ କ୍ୟାପ୍‌ଟେନ୍ ରୋହିତ ଶର୍ମା ତାଙ୍କ ଷଷ୍ଠ ସ୍ଥାନ ବଜାୟ ରଖିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ୯୨ ଓ ୬୭ ରନ୍‌ର ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିବା ଶ୍ରେୟସ୍ ଆୟର୍‌ଙ୍କୁ ର‌୍ୟାଙ୍କିଙ୍ଗ୍‌ରେ ବିରାଟ ସଫଳତା ମିଳିଛି । ସେ ବ୍ୟାଟିଂ ସୂଚୀରେ ୪୦ ସ୍ଥାନ ଉପରକୁ ଉଠି ୩୭ତମ ସ୍ଥାନରେ ପହଞ୍ଚିଛନ୍ତି । ବେଙ୍ଗାଲୁରୁ ଟେଷ୍ଟର ଦ୍ୱିତୀୟ ଇନିଂସ୍‌ରେ ୧୦୭ ରନ୍‌ର ଇନିଂସ୍ ଖେଳିଥିବା ଶ୍ରୀଲଙ୍କା କ୍ୟାପ୍‌ଟେନ୍ ଦିମୁଥ୍ କରୁଣାରତ୍ନେ କ୍ୟାରିୟର୍ ବେଷ୍ଟ ୩ୟ ସ୍ଥାନକୁ ଉଠିଛନ୍ତି ।
ଅଲ୍‌ରାଉଣ୍ଡର୍ ସୂଚୀରେ ରବୀନ୍ଦ୍ର ଜାଡେଜା ଶୀର୍ଷସ୍ଥାନ ହରାଇଛନ୍ତି । ଗତ ସପ୍ତାହରେ ଶୀର୍ଷକୁ ଉଠିଥିବା ଜାଡେଜାଙ୍କୁ ହଟାଇ ୱେଷ୍ଟଇଣ୍ଡିଜ୍‌ର ଜେସନ୍ ହୋଲ୍ଡର୍ ପୁଣିଥରେ ଏହି ସ୍ଥାନ କବ୍‌ଜା କରିଛନ୍ତି । ମୋହାଲି ଟେଷ୍ଟରେ ୧୭୫ ରନ୍‌ର ଅପରାଜିତ ଇନିଂସ୍ ସହ ୯ଟି ୱିକେଟ୍ ହାସଲ କରିବା ଫଳରେ ଜାଡେଜା ନଂ୧ ସ୍ଥାନକୁ ଉଠିଥିଲେ । ଭାରତୀୟ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ, ବାଂଲାଦେଶର ସାକିବ୍ ଅଲ୍ ହସନ୍ ଓ ଇଂଲଣ୍ଡର ବେନ୍ ଷ୍ଟୋକ୍ସ ଏହି ସୂଚୀର ଟପ୍‌-୫ରେ ରହିଛନ୍ତି ।
ବୋଲିଂ ର‌୍ୟାଙ୍କିରେ ମହମ୍ମଦ ଶମୀ ଗୋଟିଏ ସ୍ଥାନ ଉପରକୁ ଉଠିବା ସହ ଜାଡେଜାଙ୍କୁ ହଟାଇ ୧୭ତମ ସ୍ଥାନରେ ପହଞ୍ଚିଛନ୍ତି । ପ୍ୟାଟ୍ କମିନ୍ସ ଏହି ସୂଚୀର ଶୀର୍ଷରେ ଥିବାବେଳେ ଅଶ୍ୱିନ ଓ ସାଉଥ୍ ଆଫ୍ରିକାର କାଗିସୋ ରବାଡା ପରବର୍ତ୍ତୀ ସ୍ଥାନରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking