18.1 C
Bhubaneswar
Saturday, November 23, 2024
Homeଖେଳଆଇସିସ ଟି-୨୦ ବିଶ୍ୱକପ୍‌: ୱେଷ୍ଟ୍‌ଇଣ୍ଡିଜ୍‌ର ପ୍ରଥମ ବିଜୟ: ଜୋସେଫ୍‌-ହୋଲ୍ଡରଙ୍କ ବୋଲିଂରେ ଜିମ୍ବାୱେ ଧରାଶାୟୀ

ଆଇସିସ ଟି-୨୦ ବିଶ୍ୱକପ୍‌: ୱେଷ୍ଟ୍‌ଇଣ୍ଡିଜ୍‌ର ପ୍ରଥମ ବିଜୟ: ଜୋସେଫ୍‌-ହୋଲ୍ଡରଙ୍କ ବୋଲିଂରେ ଜିମ୍ବାୱେ ଧରାଶାୟୀ

ହୋବାର୍ଟ : ଚଳିତ ଆଇସିସି ଟି-୨୦ ବିଶ୍ୱକପ୍‌ର ରାଉଣ୍ଡ୍‌-୧ ରୋମାଞ୍ଚକ ସ୍ଥିତିରେ ପହଞ୍ଚିଛି । ଗ୍ରୁପ୍‌-ବି’ର ଲଢ଼େଇ ବହୁ ରୋମାଞ୍ଚକ ହୋଇଛି । ଆଜି ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଆୟର୍ଲାଣ୍ଡ୍ ୬ ୱିକେଟ୍‌ରେ ସ୍କଟ୍‌ଲାଣ୍ଡ୍‌କୁ ପରାସ୍ତ କରିଛି । ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ଦୁଇଥରର ଚାମ୍ପିଅନ୍ ୱେଷ୍ଟ୍‌ଇଣ୍ଡିଜ୍ ଜୋରଦାର ପ୍ରତ୍ୟାବର୍ତ୍ତନ କରି ଜିମ୍ବାୱେକୁ ୩୧ ରନ୍‌ରେ ହରାଇ ଦେଇଛି । ୱେଷ୍ଟ୍‌ଇଣ୍ଡିଜ୍‌ର ଏହି ବିଜୟରେ ଆଲ୍‌ଜାରୀ ଜୋସେଫ୍ ଓ ଜେସନ୍ ହୋଲ୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଜୋସେଫ୍ ୧୬ ରନ୍ ଦେଇ ଚାରିଟି ଏବଂ ହୋଲ୍ଡର ୧୨ ରନ୍ ଦେଇ ତିନିଟି ୱିକେଟ୍ ହାସଲ କରିଛନ୍ତି । ଆଲ୍‌ଜାରୀ ଜୋସେଫ୍‌ଙ୍କୁ ଏହି ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପାଇଁ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି । ୱେଷ୍ଟ୍‌ଇଣ୍ଡିଜ୍ କ୍ୟାପ୍‌ଟେନ୍ ନିକୋଲାସ୍ ପୂରନ୍ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ।

ତେବେ ଟିମ୍‌ର ଆରମ୍ଭ ଭଲ ନଥିଲା ଏବଂ ୨୮ ରନ୍‌ରେ କାଇଲ୍ ମାୟର୍ସଙ୍କ ୱିକେଟ୍‌ର ପତନ ଘଟିଥିଲା । ଏହାପରେ ଜନ୍‌ସନ୍ ଚାର୍ଲସ୍ ଓ ଏଭିନ୍ ଲୁଇସ୍ ଦ୍ୱିତୀୟ ୱିକେଟ୍ ପାଇଁ ୪୯ ରନ୍ ଯୋଡ଼ିଥିଲେ । ଏହାପରେ ଇଣ୍ଡିଜ୍ ଇନିଂସ୍ ଝୁଣ୍ଟିବା ସହ ୧୦୧ ରନ୍‌ରେ ୬ ୱିକେଟ୍‌ର ପତନ ଘଟିଥିଲା । ତେବେ ପରେ ରୋଭ୍‌ମ୍ୟାନ୍ ପାୱେଲ୍ ୨୧ ବଲ୍‌ରେ ୨୮ ଏବଂ ଅକୀଲ୍ ହୁସେନ୍ ୧୮ ବଲ୍‌ରେ ଅପରାଜିତ ୨୩ ରନ୍ କରିଥିଲେ । ଏହି ଦୁହିଁଙ୍କ ଇନିଂସ୍ ବଳରେ ଟିମ୍‌ର ସ୍କୋର୍ ୨୦ ଓଭର୍‌ରେ ୭ ୱିକେଟ୍ ବିନିମୟରେ ୧୫୩ ରନ୍‌ରେ ପହଞ୍ଚିଥିଲା । ଜବାବରେ ୧୫୪ ରନ୍‌ର ପିଛା କରୁଥିବା ଜିମ୍ବାୱେର ଆରମ୍ଭ ବହୁତ ଭଲ ଥିଲା ।

ପ୍ରଥମ ଓଭର୍‌ରେ ୧୮ ଏବଂ ଦ୍ୱିତୀୟ ଓଭର୍‌ରେ ୧୧ ରନ୍ ସଂଗ୍ରହ ହୋଇଥିଲା । ତେବେ ଏହାପରେ ଇଣ୍ଡିଜ୍ ବୋଲର୍ ପ୍ରତ୍ୟାବର୍ତ୍ତନ କରି ଜିମ୍ବାୱେକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ । ଅଲ୍‌ଜାରୀ ଜୋସେଫ୍‌, ଜେସନ୍ ହୋଲ୍ଡର, ଅକୀଲ୍ ହୁସେନ୍‌, ଓଡିୟନ୍ ସ୍ମିଥ୍ ୱିକେଟ୍ ବାହାର କରିଥିଲେ । ଦେଖୁ ଦେଖୁ ୧୦୨ ରନ୍‌ରେ ଜିମ୍ବାୱେର ଆଠଜଣ ବ୍ୟାଟର୍ ଆଉଟ୍ ହୋଇଯିବା ସହ କ୍ୟାରିବୟାନ୍ ଟିମ୍ ବିଜୟ ନିକଟରେ ପହଞ୍ଚିଥିଲା । ଶେଷ ଆଡ଼କୁ ଲୁକ୍ ଜୋଙ୍ଗ୍‌ୱେ ୨୯ ରନ୍‌ର ଇନିଂସ୍ ଖେଳି କିଛିଟା ଆଶା ଜଗାଇଥିଲେ ମଧ୍ୟ ଜୋସେଫ୍ ତାଙ୍କୁ ତିଷ୍ଠି ରହିବାକୁ ଦେଇନଥିଲେ । ଜିମ୍ବାୱେ ପକ୍ଷରୁ ଓପ୍ନର୍ ୱେସ୍‌ଲି ମାଧେଭେରେ ୨୭, ର‌୍ୟାନ୍ ବର୍ଲ ୧୭, ସିକନ୍ଦର ରଜା ୧୪ ଏବଂ କ୍ୟାପ୍‌ଟେନ୍ ରେଗିସ୍ ଚକାଭା ୧୩ ରନ୍ କରିଥିବା ବେଳେ ଛଅଜଣ ଦୁଇଅଙ୍କ ପଛରେ ରହିଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking