29.1 C
Bhubaneswar
Saturday, October 5, 2024
Homeଖେଳଆଇସିସି ଦିନିକିଆ ଟିମ୍ ର‌୍ୟାଙ୍କିଙ୍ଗ୍‌: ତୃତୀୟରେ ଭାରତ ସ୍ଥିର

ଆଇସିସି ଦିନିକିଆ ଟିମ୍ ର‌୍ୟାଙ୍କିଙ୍ଗ୍‌: ତୃତୀୟରେ ଭାରତ ସ୍ଥିର

ଦୁବାଇ: ଜିମ୍ବାୱେ ବିପକ୍ଷରେ ସିରିଜ୍ କ୍ଲିନ୍ ସ୍ୱିପ୍ ମଙ୍ଗଳବାର ଆଇସିସି ପକ୍ଷରୁ ଜାରି ଦିନିକିଆ ଟିମ୍ ର‌୍ୟାଙ୍କିଙ୍ଗ୍‌ରେ ଭାରତକୁ ତୃତୀୟ ସ୍ଥାନ ବଜାୟ ରଖିବାରେ ସହାୟତା କରିଛି । ହରାରେରେ ୩-୦ର ସିରିଜ୍ ବିଜୟ ପରେ ଭାରତର ରେଟିଂ ପଏଣ୍ଟ ୧୧୧ ହୋଇଛି । ସେହିପରି ନିକଟରେ ନେଦରଲାଣ୍ଡ୍ ବିପକ୍ଷ ସିରିଜ୍ ବିଜୟ ପାକିସ୍ତାନକୁ ମଧ୍ୟ ର‌୍ୟାଙ୍କିଙ୍ଗ୍‌ରେ ଲାଭ ଦେଇଛି । ପାକିସ୍ତାନର ରେଟିଂ ପଏଣ୍ଟ ଏବେ ୧୦୭ ହୋଇଥିବା ବେଳେ ଟିମ୍ ଚତୁର୍ଥ ସ୍ଥାନରେ ରହିଛି । ନ୍ୟୁଜିଲାଣ୍ଡ ପୂର୍ବପରି ୧୨୪ ରେଟିଂ ପଏଣ୍ଟ ସହ ତାଲିକାର ଶୀର୍ଷରେ କାଏମ୍ ଥିବାବେଳେ ଇଂଲଣ୍ଡ ୧୧୯ ପଏଣ୍ଟ ସହ ଦ୍ୱିତୀୟରେ ରହିଛି ।

ଅକ୍ଟୋବରରୁ ହେବାକୁ ଥିବା ସାଉଥ୍ ଆଫ୍ରିକା ବିପକ୍ଷ ଘରୋଇ ସିରିଜ୍‌ରେ ଭାରତ ନିକଟରେ ର‌୍ୟାଙ୍କିଙ୍ଗ୍‌ରେ ଉନ୍ନତି କରିବାର ସୁଯୋଗ ରହିଛି । ଅନ୍ୟପକ୍ଷରେ ପାକିସ୍ତାନ ଟି-୨୦ ବିଶ୍ୱକପ୍ ପରେ ଚଳିତ ବର୍ଷ ଶେଷରେ ଗୋଟିଏ ଦିନିକିଆ ମ୍ୟାଚ୍ ଖେଳିବ । ସେହିପରି ଆଇସିସି ଟି-୨୦ ର‌୍ୟାଙ୍କିଙ୍ଗ୍‌ରେ ଟିମ୍ ଇଣ୍ଡିଆ ୨୭୦ ରେଟିଂ ପଏଣ୍ଟ୍ ସହ ଶୀର୍ଷରେ ରହିଛି । ଏହାପରେ ୨୬୨ ପଏଣ୍ଟ ସହ ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ଅଛି । ପାକିସ୍ତାନ ୨୬୧ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ଭାରତ ଓ ପାକିସ୍ତାନ ଏବେ ଅକ୍ଟୋବର ୨୮ରେ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ୍‌ରେ ମୁହାଁମୁହିଁ ହେବେ । ଏହାପରେ ସେପ୍ଟେମ୍ବର ୪ ତାରିଖରେ ଉଭୟ ଟିମ୍ ମଧ୍ୟରେ ପୁଣିଥରେ ମୁକାବିଲା ହୋଇପାରେ। ଏପରି ପରିସ୍ଥିତିରେ ଏସିଆ କପ୍‌ରେ ଉଭୟ ଟିମ୍‌ର ର‌୍ୟାଙ୍କିଙ୍ଗ୍‌ରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଭାରତ ଯଦି ପାକିସ୍ତାନକୁ ହରାଇଦିଏ, ତେବେ ପୂର୍ବପରି ଶୀର୍ଷରେ କାଏମ୍ ରହିବ । ମାତ୍ର ପାକିସ୍ତାନକୁ ବହୁ କ୍ଷତି ହେବାର ଆଶଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking