18.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶଦେଶରେ ୧୫୧୫ ଆଇଏଏସ୍ ଅଫିସରଙ୍କ ଅଭାବ

ଦେଶରେ ୧୫୧୫ ଆଇଏଏସ୍ ଅଫିସରଙ୍କ ଅଭାବ

ନୂଆଦିଲ୍ଲୀ : ଦେଶରେ ବର୍ତ୍ତମାନ ୧୫୧୫ ଜଣ ଆଇଏଏସ୍ ଅଫିସରଙ୍କ ଅଭାବ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ବୁଧବାର ସଂସଦକୁ ଅବଗତ କରାଇଛନ୍ତି । ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୬୭୪୬ଟି ଆଇଏଏସ୍ ପଦବୀ ଥିବାବେଳେ ବର୍ତ୍ତମାନ ୫୨୩୧ ଜଣ କାର୍ଯ୍ୟରତ ଅଛନ୍ତି ।

ଜମ୍ମୁ-କଶ୍ମୀରରେ ୧୩୭ଟି ଆଇଏଏସ୍ ପଦ ଥିବାବେଳେ କେବଳ ୫୯ ଜଣ କାର୍ଯ୍ୟ କରୁଛନ୍ତି। ନିର୍ଦ୍ଧାରିତ ପଦ ଅନୁଯାୟୀ ତାମିଲନାଡୁରେ ସର୍ବାଧିକ (୮୪%) ସଂଖ୍ୟକ ଆଇଏଏସ୍ କାର୍ଯ୍ୟ କରୁଥିବାବେଳେ ଏହାପଛକୁ ଉତ୍ତରପ୍ରଦେଶ, ହରିୟାଣା ଓ ମଧ୍ୟପ୍ରଦେଶ ରହିଛି । ୟୁପିଏସ୍‌ସି ଜରିଆରେ ପ୍ରତିବର୍ଷ ହେଉଥିବା ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ନବାଗତ ଆଇଏଏସ୍ ଅଫିସରଙ୍କ ସଂଖ୍ୟା ୧୮୦କୁ ବୃଦ୍ଧି କରାଯାଇଛି ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି । ସେହିପରି ଆଇପିଏସ୍ ଅଫିସରଙ୍କ ବାର୍ଷିକ ନିଯୁକ୍ତି ୧୫୦ରୁ ୨୦୦କୁ ବୃଦ୍ଧି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking