32.1 C
Bhubaneswar
Saturday, October 19, 2024
Homeଅପରାଧପ୍ରେମରେ ଲାଗିଲା କଳଙ୍କ

ପ୍ରେମରେ ଲାଗିଲା କଳଙ୍କ

ମୟୁରଭଞ୍ଜ: ପ୍ରେମିକ ମନରେ ଭରିଗଲା ରାଗ, ଆଉ ଭୁଲିଗଲା ହୃଦୟ ଦେଇ ଭଲ ପାଉଥିବା ସେହି ଝିଅଟିକୁ ପଥରରେ ଛେଚି ଛେଚି ପ୍ରେମିକାକୁ ବିଭତ୍ସ ଭାବରେ ହତ୍ୟା କରିଛି ଞ୍ଜମୁନୁ ବୁଲିବାକୁ ଯାଇଥିଲେ ପ୍ରେମୀ ଯୁଗଳ କିନ୍ତୁ ୟା ଭିତରେ ସାମାନ୍ୟ ଯୁକ୍ତିତର୍କ ବଢି ଉଗ୍ରରୂପ ନେଇଥିଲା ଆଉ ପରେ ଘଟି ଯାଇଥିଲା ହତ୍ୟାର ଏକ ଭୟଙ୍କର ଘଟଣା

ଏଭଳି ଏକ ଘଟଣା ଘଟିଯାଇଛି ଖୁଣ୍ଟା ଥାନା ଅନ୍ତର୍ଗତ ରାଇଡିହି ଗ୍ରାମରେ ବାସିପିଠା ଅଞ୍ଚଳର ମୁନୁ ଟୁଡୁ ଏବଂ ସପନଚୁଆ ଗାଁର ବୁଦ୍ଧୁନୀ ହେମ୍ବ୍ରମ ପରସ୍ପରକୁ ଭଲ ପାଉଥିଲେ ଗତକାଲି ରାଇଡିହିରେ ଥିବା ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ ଉଭୟ ପ୍ରେମୀ ଯୁଗଳ କିନ୍ତୁ ବୁଦ୍ଧୁନୀ ଗାଧୋଇବାକୁ ଯିବା ବେଳେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ ଏହି ବଚସା ଏତେ ଆଗକୁ ବଢି ଯାଇଥିଲା ଯେ, ଉଭୟ ପରସ୍ପରକୁ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ ପରେ ଉତ୍ୟକ୍ତ ବୁଦ୍ଧୁନୀକୁ ଏକ ବଡ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି

ବୁଦ୍ଧୁନୀ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ବେଳେ ମୁନୁ ମଧ୍ୟ ଗୁରୁତର ଆହତ ହୋଇଛି ତେବେ ଖବର ପାଇ ଘଟରାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଖୁଣ୍ଟା ଥାନା ପୋଲିସ ବୁଦ୍ଧୁନୀର ମୃତଦେହକୁ ପୋଲିସ ଜବତ କରିବା ସହିତ ମୁନୁକୁ ଚିକିତ୍ସା କରାଇ ଥାନାରେ ଅଟକ ରଖିଛି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥାଇ ସୁଦ୍ଧା ହତ୍ୟା ଭଳି ଘଟରା କିଛି ବୁଝା ପଡୁ ନଥିବାରୁ ପୋଲିସ ଏହାର ତଦନ୍ତ ପ୍ରକ୍ରିୟା ଜାରି ରଖିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking