32.1 C
Bhubaneswar
Friday, October 18, 2024
Homeଅପରାଧପ୍ରେମିକକୁ ଭୁଲି ନପାରିବାରୁ ଝିଅର ଜୀବନ ନେଲା ବାପା

ପ୍ରେମିକକୁ ଭୁଲି ନପାରିବାରୁ ଝିଅର ଜୀବନ ନେଲା ବାପା

ବେଙ୍ଗାଲୁରୁ: କୋଲାରରେ ଅନର କିଲିଂ । ଅନ୍ୟ ଜାତିର ପୁଅକୁ ଭଲ ପାଇବାରୁ ଝିଅ ପ୍ରତି ନିର୍ଦ୍ଦୟ ପାଲଟିଗଲା ବାପା । ଝିଅର ତଣ୍ଟିଚିପି ଜୀବନ ନେଲା ଜନ୍ମଦାତା । ପ୍ରେମିକାର ମୃତ୍ୟୁ ଖବର ଶୁଣିବା ପରେ ଜୀବନ ହାରିଲା ପ୍ରେମିକ । ଏଭଳି ଘଟଣା ଘଟିଛି କର୍ଣ୍ଣାଟକର କୋଲାର ଜିଲ୍ଲାର ବାଗ୍ରାପେଟ ଅଞ୍ଚଳରେ । ମୃତ ଯୁବତୀ ହେଉଛନ୍ତି କିର୍ତ୍ତୀ ଓ ତାଙ୍କ ପ୍ରେମିକ ହେଉଛନ୍ତି ଗଙ୍ଗାଧର । ଗତ ବର୍ଷେ ହେବ ଗଙ୍ଗାଧର ଓ କିର୍ତ୍ତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହି ଆସିଥିଲା । କିର୍ତ୍ତୀଙ୍କୁ ବିବାହ କରିବା ପାଇଁ ତାଙ୍କ ବାପା କ୍ରିଷ୍ଣାମୂର୍ତ୍ତିଙ୍କୁ କହିଥିଲେ ଗଙ୍ଗାଧର । କିନ୍ତୁ ଉଭୟଙ୍କ ବିବାହରେ ବାଧକ ସାଜିଥିଲା ଜାତି । ଦୁହିଁଙ୍କର ଜାତି ଭିନ୍ନ ଥିବାରୁ କିର୍ତ୍ତୀଙ୍କ ବାପା ବିବାହ ପାଇଁ ରାଜି ହୋଇନଥିଲେ ।

ତେଣୁ ଗଙ୍ଗାଧରକୁ ଭୁଲିଯିବାକୁ କିର୍ତ୍ତୀଙ୍କୁ ତାଙ୍କ ବାପା ଓ ମାଆ ବାରମ୍ବାର କହୁଥିଲେ । କିନ୍ତୁ କିର୍ତ୍ତୀ ଗଙ୍ଗାଧରକୁ ଭୁଲି ପାରୁନଥିଲେ । ଗତ ମଙ୍ଗଳବାର କିର୍ତ୍ତୀ ତାଙ୍କ ବାପାଙ୍କ ସହ ପ୍ରେମିକ ବିଷୟରେ କଥା ହୋଇଥିଲେ । ଝିଅର ମୁହଁରୁ ପ୍ରେମ ବିଷୟରେ ଶୁଣିବା ପରେ ଉତିକ୍ଷିପ୍ତ ହୋଇଯାଇଥିଲେ କ୍ରିଷ୍ଣାମୂର୍ତ୍ତି । ଶେଷରେ ନିଜର ରାଗକୁ ସମ୍ଭାଳି ନପାରି ଝିଅର ତଣ୍ଟିଚିପି ହତ୍ୟା କରିଥିଲେ । ଏ ଖବର ପ୍ରେମୀ ଗଙ୍ଗାଧର ନିକଟରେ ପହଞ୍ଚିବା ପରେ ସେ ଦୁଃଖରେ ଭାଙ୍ଗି ପଡିଥିଲେ । ପ୍ରେମିକାର ମୃତ୍ୟୁ ସହିନପାରି ଶେଷରେ ସେ ମଧ୍ୟ ଜୀବନ ହାରି ଦେଇଥିଲେ । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛି । ଝିଅକୁ ହତ୍ୟା କରିବା ଅଭିଯୋଗରେ କ୍ରିଷ୍ଣାମୂର୍ତ୍ତିଙ୍କୁ ପୋଲିସ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking