ଭୁବନେଶ୍ୱର: ବୀମା କମ୍ପାନୀ ଉପରେ ବର୍ଷିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଯେ, ବୀମା କମ୍ପାନୀ ଲାଭ ଉଠାଇବାକୁ ଚେଷ୍ଟା କରୁଛନ୍ତି । ଚାଷୀଙ୍କ ସ୍ୱାର୍ଥକୁ ଠିକ ଠାକ ଦୃଷ୍ଟି ଦେଉ ନାହାନ୍ତି । ମରୁଡି ସମ୍ଭାବନା ଅଞ୍ଚଳରେ ଚାଷୀଙ୍କ ପ୍ରିମିୟମ ନାକଚ କରୁଛନ୍ତି । ଜଳସେଚିତ ଅଞ୍ଚଳର ଚାଷୀଙ୍କ ଠାରୁ ପ୍ରିମିୟମ ସଂଗ୍ରହ କରୁଛନ୍ତି । କାରଣ ସେଠାରେ ଚାଷୀଙ୍କୁ କ୍ଷତି ପୂରଣ ଦେବାକୁ ପଡିବ ନାହିଁ । ନିର୍ଦିଷ୍ଟ କ୍ରପ କଟିଙ୍ଗ ରିପୋର୍ଟକୁ ବୀମା କମ୍ପାନୀ ଗ୍ରହଣ କରୁନାହାନ୍ତି । ପ୍ରତିନିଧି ଉପସ୍ଥିତ ରହିଲେ ସୁଦ୍ଧା ଗ୍ରହଣ କରାଯାଉ ନାହିଁ ।