ଭୁବନେଶ୍ୱର: ରାଜ୍ୟସଭା ପାଇଁ ମୁଁ ସ୍ୱାଧୀନ ପ୍ରାର୍ଥୀ ହେଉଛି କହିଲେ ଦିଲ୍ଲୀପ ରାୟ । ମୁଁ ଏବେ ବି ବିଜେପିରେ ଅଛି । ରାଜ୍ୟସଭାର ସ୍ୱାଧୀନ ପ୍ରାର୍ଥୀ ଭାବେ ୫ ତାରିଖରେ ମୁଁ ନାମାଙ୍କନ ଦାଖଲ କରିବି । ଏଥିନେଇ କେନ୍ଦ୍ର ରାଜନେତୃତ୍ୱଙ୍କ ସହ କଥା ହୋଇଛି ବୋଲି ଦିଲ୍ଲୀପ ରାୟ ଗଣମାଧ୍ୟମକୁ କହିଛନ୍ତି ।ଏବେ ରାଜ୍ୟସଭା ନିର୍ବାଚନ ଅନ୍ୟ ଦଳ ପାଇଁ ଜଟିଳ ହୋଇପାରେ ବୋଲି କୁହାଯାଉଛି । ସୂଚନାଥାଉକି, ରାଜ୍ୟ ବିଜେପିର ସଭାପତି ଥିବା ମନମୋହନ ସାମଲଙ୍କ ନାମ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ରାଜ୍ୟସଭା ସାଂସଦ ଥିବା ସୁଜିତ କୁମାରଙ୍କୁ ବିଜେପି ପ୍ରାର୍ଥୀ କରିଛି । ଏହି ଦୁଇ ନାମ ବିଜେପି କେନ୍ଦ୍ରୀୟ କମିଟି ତରଫରୁ ଘୋଷଣା କରାଯାଇଛି ।










