ପାଟନା: ବିହାରର ସୀତାମାଢୀ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଗଳା କାଟି ହତ୍ୟା କରିବା ପରେ ଛାତର ହୁକରୁ ତାଙ୍କ ଶରୀରକୁ ଟାଙ୍ଗି ଦେଇଥିଲେ । ପ୍ରକୃତରେ ଏହି ବ୍ୟକ୍ତି ଜଣକ ତାଙ୍କ ପତ୍ନୀଙ୍କୁ ଏକ ଓମଲେଟ୍ ତିଆରି କରିବାକୁ କହିଥିଲେ । ସେ ମନା କରିବାରୁ ଏପରି ଏହି ଜଘନ୍ୟ ଅପରାଧ କରିଛି ଅଭିଯୁକ୍ତ ସ୍ବାମୀ । ତେବେ ଅଭିଯୁକ୍ତ ଜଣକ ଅବସରପ୍ରାପ୍ତ ସବ୍–ଇନ୍ସପେକ୍ଟର ରାମ ବିନୟ ସିଂଙ୍କ ପୁଅ ଅଜିତ ସିଂ ବୋଲି ଜଣାପଡିଛି ।
ଅଭିଯୁକ୍ତ ଘଟଣା ଘଟାଇବା ପରେ ଫେରାର ହୋଇଯାଇଛି । ଏନେଇ ରାମ ବିନୟ ସିଂ କହିଛନ୍ତି, “ମୋ ପୁଅ ଜଣେ ମଦ୍ୟପ । ସେ ଗୁରୁବାର ସନ୍ଧ୍ୟାରେ ମଦ୍ୟପାନ କରି ଘରକୁ ଆସିଥିଲେ । ସେ ବଜାରରୁ ଅଣ୍ଡା ମଧ୍ୟ କିଣିଥିଲେ । ତେବେ ଯେତେବେଳେ ସେ ତାଙ୍କ ପତ୍ନୀ ନୀତୁ ସିଂଙ୍କୁ ଏକ ଓମଲେଟ୍ ତିଆରି କରିବାକୁ କହିଥିଲେ, ସେ ମନା କରିଦେଇଥିଲେ । ଗୁରୁବାର ଦିନ ରୋଷେଇ ଘରେ ଆମିଷ ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ ନାହିଁ ବୋଲି ସେ କହିଥିଲେ । ଏହି କାରଣରୁ ସ୍ବାମୀ–ସ୍ତ୍ରୀ ମଧ୍ୟରେ ବିବାଦ ଲାଗି ରହିଥିଲା । “
ଏହା ଅଜିତଙ୍କୁ କ୍ରୋଧିତ କଲା । ସେ ପ୍ରଥମେ ଶୋଇବା ଘର ଭିତରେ ତାଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ କରିଥିଲା, ତା’ପରେ ତାଙ୍କୁ ଗଳା କାଟି ଫାଶୀ ଦେଇଥିଲା । କିଛି ସମୟ ପରେ ଯେତେବେଳେ ନୀତୁ ଚିତ୍କାର କରିବା ବନ୍ଦ କଲା ମୁଁ ଅନୁଭବ କଲି ଯେ ସେ କୋଠରୀ ଭିତରେ ଶାନ୍ତ ହୋଇଯାଇଛନ୍ତି । କିନ୍ତୁ କିଛି ସମୟ ପରେ ଅଜିତ ରୁମରୁ ବାହାରି ପଳାଇଲା ।
ସେ କହିଥିଲେ, ‘ଯେତେବେଳେ ମୁଁ ରୁମରେ ପହଞ୍ଚିଲି, ସେ ଛାତର ହୁକରୁ ଝୁଲୁଥିଲେ । ମାମଲାର ତଦନ୍ତକାରୀ ଅଧିକାରୀ ଏଚ୍.ଏସ୍ କୁମାର କହିଛନ୍ତି, “ପୀଡିତାଙ୍କ ଶ୍ୱଶୁରଙ୍କ ବିବୃତ୍ତି ଅନୁଯାୟୀ ଆମେ ଏଫ୍ଆଇଆର୍ ପଞ୍ଜୀକୃତ କରିଛୁ ।