27.8 C
Bhubaneswar
Tuesday, July 9, 2024
Homeଦେଶ ବିଦେଶସ୍ତ୍ରୀ ସହ ଝଗଡ଼ା ପରେ ସ୍ୱାମୀ ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ସ୍ତ୍ରୀ ସହ ଝଗଡ଼ା ପରେ ସ୍ୱାମୀ ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ପୁନେ: ପ୍ରତ୍ୟେକ ଘରେ ଝଗଡ଼ା ଥାଏ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ମଧ୍ୟ ହୋଇଥାଏ । ବଚସାର କିଛି ସମୟ ବିତିବା ପରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁକିଛି ଠିକ୍ ହୋଇଯାଏ । ଆଉ କିଛି ଝଗଡ଼ା ଏତେ ବଢ଼ିଯାଏ ଯେ, ଉଭୟ ଉଭୟଙ୍କ ଠାରୁ ଛାଡ଼ପତ୍ର ମଧ୍ୟ ନେଇଥାଆନ୍ତି । ହେଲେ ସେହି ରାଗ ସମୟରେ ଏମିତି କିଛି ଘଟଣା ଘଟିଥାଏ ଯାହା ବେଳେ ବେଳେ ଚର୍ଚ୍ଚିତ ହୋଇଯାଇଥାଏ । ବର୍ତ୍ତମାନ ସେହିପରି ଏକ ଖବର ସାମ୍ନାକୁ ଆସିଛି । ସ୍ୱାମୀ-ସ୍ତ୍ରୀଙ୍କ ବଚସା ପରେ ୮ଟି ଗାଡ଼ି ଜାଳିଦେଇଛନ୍ତି ସ୍ୱାମୀ । ୪ଟି ବାଇକ୍‌, ଦୁଇଟି କାର୍ ଓ ୨ଟି ଅଟୋ ନିଆଁରେ ଜଳିଯାଇଛି । ଏପରି ଏକ ଘଟଣା ପୁନେରେ ଘଟିଛି । ଘଟଣାକୁ ନେଇ ପୋଲିସ ତଦନ୍ତ କରିବା ସହ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି ।

ପୋଲିସ ଏହାକୁ ନେଇ ପ୍ରତିକ୍ରିୟା ରଖିଛି । ପୋଲିସର କହିବା ଅନୁସାରେ ବ୍ୟକ୍ତି ଜଣକ ସୋମବାର ୨ଟା ବେଳେ ତାଙ୍କ ପତ୍ନୀଙ୍କ ବାପଘରକୁ ଯାଇଥିଲେ । ସେଠାରେ ସ୍ତ୍ରୀଙ୍କ ସହ ଝଗଡ଼ା ହୋଇଥିଲା । ପରେ ବାଇକ୍‌ରୁ ପେଟ୍ରୋଲ ବାହାର କରି ସେଠାରେ ଥିବା ୮ଟି ଗାଡ଼ିକୁ ଜାଳି ଦେଇଥିଲେ । ଜଳି ଯାଇଥିବା ଗାଡ଼ିଗୁଡ଼ିକ ମଧ୍ୟରେ ୪ଟି ବାଇକ୍‌, ଦୁଇଟି କାର୍ ଓ ୨ଟି ଅଟୋ ରହିଛି । ୩ଟି ଗାଡ଼ି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ବେଳେ ୫ଟି ଗାଡ଼ି ଆଂଶିକ ଭାବେ ଜଳିଯାଇଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ଏକ ମାମଲା ପଞ୍ଜୀକୃତ ହୋଇଛି । ଘଟଣାରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ପଚରାଉଚରା କରୁଛି ପୋଲିସ । ଖାଲି ସେତିକି ନୁହେଁ ଗାଡ଼ି ଗୁଡ଼ିକ ପୋଡିଯାଇଥିବାରୁ କ୍ଷତିପୂରଣ ପାଇଁ ମହିଳାଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking