26.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଇସଲାମ ଧର୍ମରେ ଛାଡପତ୍ର ପରେ ପତ୍ନୀଙ୍କୁ ଭରଣପୋଷଣ ଦେବେ ସ୍ୱାମୀ: ସୁପ୍ରିମକୋର୍ଟ

ଇସଲାମ ଧର୍ମରେ ଛାଡପତ୍ର ପରେ ପତ୍ନୀଙ୍କୁ ଭରଣପୋଷଣ ଦେବେ ସ୍ୱାମୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଛାଡପତ୍ର ମାମଲାରେ ମୁସଲିମ୍ ମହିଳାଙ୍କ ଅଧିକାର ସମ୍ପର୍କରେ ବଡ ରାୟ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଯେକୌଣସି କାରଣରୁ ଛାଡପତ୍ର ହେବା ପରେ ମହିଳାଙ୍କୁ ଭରଣପୋଷଣ ବାବଦକୁ ସ୍ୱାମୀଙ୍କୁ ଅର୍ଥ ରାଶି ଦେବାକୁ ହେବ । କୌଣସି ଧର୍ମ ଏହି ପ୍ରସଙ୍ଗରେ ବାଧକ ନୁହେଁ । ଏହି କ୍ଷେତ୍ରରେ ଏହା କୌଣସି ଦାନ ରାଶି ନୁହେଁ ବରଂ ତାହା ସେମାନଙ୍କ (ମହିଳା)ଙ୍କର ଅଧିକାର ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି । ତେଲେଙ୍ଗାନାର ଜଣେ ମୁସଲିମ ମହିଳା ବିବାହ ବିଚ୍ଛେଦ ପରେ ଭରଣପୋଷଣ ଦାବି କରି ସର୍ବୋଚ୍ଚ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଆଜି ଏହି ମାମଲାରେ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଆଜି ଏହି ମାମଲାର ଶୁଣାଣି ଜଷ୍ଟିସ ବି.ଭି ନାଗରତ୍ନା ଓ ଜଷ୍ଟିସ୍ ଅଗଷ୍ଟିନ ଜର୍ଜ ମାସିହଙ୍କ ଦୁଇଜଣିଆ ଖଣ୍ଡପୀଠରେ ହୋଇଥିଲା । ଖଣ୍ଡପୀଠ କହିଥିଲେ, ଧାରା ୧୨୫ ଛାଡପତ୍ର ପରେ ଭରଣପୋଷଣ ପାଇବା ଜଣେ ମହିଳାଙ୍କ ଅଧିକାର ଭାବେ ଦର୍ଶାଉଛି । ଏହି ବ୍ୟବସ୍ଥାରେ କୌଣସି ଧର୍ମ ବାଧକ ସାଜି ପାରିବନାହିଁ । ରାୟ ଘୋଷଣା ପରିପ୍ରେକ୍ଷୀରେ ଜଷ୍ଟିସ ନାଗରତ୍ନା କହିଥିଲେ, ଏବେ ସମୟ ଆସିଛି ଯେ ଭାରତୀୟ ସମାଜରେ ପୁରୁଷମାନେ ମହିଳାଙ୍କ ତ୍ୟାଗକୁ ସ୍ୱୀକାର କରନ୍ତୁ । ଯେକୌଣସି ଧର୍ମ ହୋଇଥିଲେ ସୁଦ୍ଧା ଛାଡପତ୍ର ମାମଲାରେ ସେମାନେ ମହିଳାଙ୍କୁ ପରଣପୋଷଣ ରାଶି ପ୍ରଦାନ କରିବା ପାଇଁ ବାଧ୍ୟ ।

ଏହି ମାମଲାଟି ତେଲେଙ୍ଗାନର ଜଣେ ମହିଳାଙ୍କ ଦ୍ୱାରା ସର୍ବୋଚ୍ଚ କୋର୍ଟରେ ଦାଖଲ କରାଯାଇଥିଲା । ଏହି ମୁସଲିମ ଦମ୍ପତିଙ୍କର ୨୦୧୭ ମସିହାରେ ମୁସଲିମ ପର୍ସନାଲ ଲ’ ଅନୁସାରେ ବିବାହ ବିଚ୍ଛେଦ ହୋଇଥିଲା । ପରେ ମହିଳାଜଣକ ସ୍ୱାମୀଙ୍କ ଠାରୁ ମାସିକ ୨୦ ହଜାର ଟଙ୍କା ଭରଣପୋଷଣ ଦାବି କରି କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ଫ୍ୟାମିଲି କୋର୍ଟରେ ମହିଳା ଆବେଦନ କରିବା ପରେ ଏହାକୁ ରଦ୍ଦ କରିବା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ମହିଳାଙ୍କ ପତ୍ନୀ । ହାଇକୋର୍ଟ ମାମଲାର ଶୁଣାଣି କରି ମହିଳାଙ୍କ ସପକ୍ଷରେ ରାୟ ଦେଇଥିଲେ । ଆବେଦନକାରୀ ମାସିକ ୨୦ହଜାର ଟଙ୍କା ଦାବି କରିଥିବା ବେଳେ ହାଇକୋର୍ଟ ମାସିକ ୧୦ହଜାର ଟଙ୍କାର ଭରଣପୋଷଣ ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଏହି ମାମଲାରେ ମହିଳାଜଣଙ୍କ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲେ । ଆଜି ସର୍ବୋଚ୍ଚ କୋର୍ଟ ମଧ୍ୟ ମହିଳାଙ୍କ ସପକ୍ଷରେ ରାୟ ଦେଇଛନ୍ତି । ଯେକୌଣସି ଧର୍ମ ହେଉନା କାହିଁକି ମହିଳାଙ୍କ ଅଧିକାରରେ ବାଧକ ହୋଇପାରିବନାହିଁ ବୋଲି ଖଣ୍ଡପୀଠ ଯୁକ୍ତି ଦର୍ଶାଇବା ସହ ଭରଣପୋଷଣ ଦେବା ପାଇଁ ପ୍ରତିପକ୍ଷକୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking