28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶସ୍ତ୍ରୀକୁ ବିକ୍ରି କରୁଥିବା ବେଳେ ରୋକିଲା ସ୍ୱାମୀ; ଶେଷରେ କ’ଣ ହେଲା ଜାଣନ୍ତୁ..

ସ୍ତ୍ରୀକୁ ବିକ୍ରି କରୁଥିବା ବେଳେ ରୋକିଲା ସ୍ୱାମୀ; ଶେଷରେ କ’ଣ ହେଲା ଜାଣନ୍ତୁ..

ନୂଆଦିଲ୍ଲୀ: ଶାଶୁଘର ସହିତ ଗ୍ରାମର ଲୋକମାନେ ମଧ୍ୟ ଜ୍ୱାଇଁକୁ ସମ୍ମାନ ଦେଇଥାନ୍ତି । କିନ୍ତୁ ଉତ୍ତରପ୍ରଦେଶରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯେଉଁଠାରେ ଶାଶୁଘର ଗାଁରେ ଜ୍ୱାଇକୁ ବାନ୍ଧି ଚପଲ ମାଳ ପକାଇଛନ୍ତି । ଉତ୍ତରପ୍ରଦେଶର ସହାରନପୁରର ନାଗଲ ଥାନା କ୍ଷେତ୍ରର ସୋହନଚିଡା ଗ୍ରାମର ବ୍ୟକ୍ତିଙ୍କ ସହିତ ହୋଇଛି ଏହି କାଣ୍ଡ । ପୀଡିତ ଜ୍ୱାଇଁଙ୍କର ୮ ବର୍ଷ ପୂର୍ବେ ଖୁଡା ଗ୍ରାମରେ ହୋଇଥିଲା । ତେବେ ସେ ସାଉଦି ଆରବରୁ ଚାକିରି କରି ଘରକୁ ଫେରି ଯେତେବେଳେ ସ୍ତ୍ରୀକୁ ଦେଖା କରିବା ପାଇଁ ଆସିଲେ ସେତେବେଳେ ଶାଶୁଘର ଲୋକଙ୍କ ସହିତ ଗ୍ରାମବାସୀ ତାଙ୍କୁ ବାନ୍ଧୀ ଜୋତା ଚପଲ ମାଳ ପକାଇଥିଲେ ।

ପୀଡିତାଙ୍କର ଅଭିଯୋଗ ଅନୁସାରେ, ସ୍ତ୍ରୀକୁ ଶାଶୁଘର ଲୋକେ ନିର୍ଯାତନା ଦେଉଥିଲେ ଏବଂ ୫୦ ହଜାର ଟଙ୍କାରେ ବିକ୍ରି କରିବା ପାଇଁ ଯୋଜନା କରାଇଥିଲେ । କିନ୍ତୁ ଯେତେବେଳେ ମୁଁ ବାରଣ କଲି ସେତେବେଳେ ମୋ ଉପରେ ଆକ୍ରମଣ କରାଯାଇଥିଲା । ହାତ-ଗୋଡ ବାନ୍ଧି ଏକ ଘରେ ପକାଇ ତାଙ୍କୁ ନିର୍ଦ୍ଧୁନ ଛେଚିଥିଲେ । ଏହାସହିତ ଜ୍ୱାଇଁର ସୁନା ଚେନ୍ ଏବଂ ମୋବାଇଲ ଛଡାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ତାଙ୍କୁ ୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଧକ ରଖିଥିବା ଜଣାପଡିଛି । ତେବେ ଏହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥାଏ । ତେବେ ଜ୍ୱାଇର ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜ୍ୱାଇକୁ ମୁକ୍ତ କରିଥିଲା । ତେବେ ଜ୍ୱାଇଁର ବୟାନକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking