ମୟୁରଭଞ୍ଜ: ପାରିିବାରିକ କଳହରୁ ସ୍ତ୍ରୀକୁ ଛୁରିରେ କାଟିଦେଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଗଡ ଦେଉଳିଆ ଉପକଣ୍ଠ ଲାଖବିନ୍ଧା ଗ୍ରାମରେ ଦେକିବାକୁ ମିଳିଛି ।ସୂଚନା ଅନୁଯାୟୀ, ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆ ଉପକଣ୍ଠ ଲାଖବିନ୍ଧା ଗ୍ରାମର ଧୂମା କିସ୍କୁ (କଙ୍କା) ଓ ତା ସ୍ତ୍ରୀ ରୁକ୍ମଣୀ ମଧ୍ୟରେ ପ୍ରାୟ ସମୟରେ କଳିଝଗଡା ଲାଗି ରହେ l ଏମିତିକି କଙ୍କା ତା ସ୍ତ୍ରୀ ରୁକ୍ମଣୀକୁ ପ୍ରାୟ ସମୟରେ ମାରଧର କରୁଥିଲା, ଯେଉଁଥିପାଇଁ ଦୀର୍ଘଦିନ ହେବ ରୁକ୍ମଣୀ ଗାଁରେ ରହୁଥିବା ନିଜ ସମ୍ପର୍କୀୟ ଭଉଣୀ ଘରେ ରହି ଆସୁଥିଲା l ତେବେ ଆଜି ସକାଳୁ ରୁକ୍ମଣୀ କୂଅକୁ ପାଣି ନେବାକୁ ଆସିଥିବାବେଳେ କଙ୍କା ହଠାତ ପଛପଟୁ ଏକ ଧାରୁଆ ଛୁରି ସାହାଯ୍ୟରେ ଆକ୍ରମଣ କରିଥିଲା l ତେବେ ରୁକ୍ମଣୀ ଅଳ୍ପକେ ବର୍ତ୍ତିଯାଇ ଥିଲା l ହେଲେ ରୁକ୍ମଣୀର ମୁହଁରେ ଗଭୀର କ୍ଷତ ହୋଇ ପ୍ରଚୁର ରକ୍ତସ୍ରାବ ହୋଇଥିଲାl ସ୍ଥାନୀୟ ଲୋକ ତାକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ ଓ ଅଭିଯୁକ୍ତ ସ୍ୱାମୀ କଙ୍କାକୁ ଘଟଣା ସ୍ଥଳରେ ବାନ୍ଧି ଅଟକ ରଖି ପୁଲିସକୁ ଖବର ଦେଇଥିଲେ l ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l










