23.1 C
Bhubaneswar
Sunday, February 8, 2026
Homeଅପରାଧସମ୍ପତ୍ତି ପାଇଁ ସ୍ତ୍ରୀ, ପୁଅ ଓ ଶାଳୀକୁ ଗୁଳି କଲା ସ୍ୱାମୀ

ସମ୍ପତ୍ତି ପାଇଁ ସ୍ତ୍ରୀ, ପୁଅ ଓ ଶାଳୀକୁ ଗୁଳି କଲା ସ୍ୱାମୀ

ଢେଙ୍କାନାଳ: ଗୋବିନ୍ଦପୁର ଫାଣ୍ଡି ତାଳବରକୋଟ ଗାଁରେ ଅଘଟଣ। ନୃସଂଶ ପାଲଟିଲା ସ୍ୱାମୀ। ଅତି ନିର୍ଦୟ ଭାବେ ସ୍ତ୍ରୀ, ପୁଅ ଓ ଶାଳୀକୁ ଏକ ଦେଶୀ ବନ୍ଧୁକରୁ ଗୁଳି କରିଛି। ଗୁଳି କରିବା ପରେ ସେମାନଙ୍କୁ କଟୁରୀରେ ଆକ୍ରମଣ କରିଛି। ସ୍ୱାମୀର ଏହି ମରଣାନ୍ତକ ଆକ୍ରମଣରେ ସ୍ତ୍ରୀ, ପୁଅ ଓ ଶାଳୀ ଗୁରୁତର ହୋଇପଡ଼ିଛନ୍ତି।

ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର ପରେ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରୁ ସମସ୍ତ ୩ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଗୋବିନ୍ଦପୁର ପୁଲିସ ଘଟଣାସ୍ଥଳ ପହଞ୍ଚି ଛାନଭିନ୍‌‌ ଆରମ୍ଭ କରିଛି। ଆକ୍ରମଣରେ ବ୍ୟବହୃତ ଦେଶୀ ବନ୍ଧୁକ ଓ କଟୁରୀ ପୁଲିସ ଜବତ କରିଛି। ସମ୍ପତି ପାଇଁ ସ୍ତ୍ରୀ, ପୁଅ ଓ ଶାଳୀକୁ ଦେଶୀ ବନ୍ଧୁକରେ ସ୍ୱାମୀ ଗୁଳି କରିବା ସହ ଘରେ ଥିବା କଟୁରୀରେ ମରଣାନ୍ତକ ଆକ୍ରମଣ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଅଭିଯୁକ୍ତ ସ୍ୱାମୀକୁ ଗିରଫ କରାଯାଇଥିବାବେଳେ ତଦନ୍ତ ଜାରି ରହିଛି ବୋଲି ଗୋବିନ୍ଦପୁର ପୁଲିସ ସୂଚନା ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking