25.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶକାଉଁରିଆ ଯାତ୍ରାରେ ସ୍ୱାମୀ: ପ୍ରେମିକ ସହ ସ୍ତ୍ରୀ ଫେରାର

କାଉଁରିଆ ଯାତ୍ରାରେ ସ୍ୱାମୀ: ପ୍ରେମିକ ସହ ସ୍ତ୍ରୀ ଫେରାର

ନୂଆଦିଲ୍ଲୀ: ରାଜସ୍ଥାନର ଅଲବର ଜିଲ୍ଲାର ରେଣି କସୱେରେ ବସବାସ କରୁଥିବା ଜଣେ ମହିଳା ସ୍ୱାମୀ କାଉଁରିଆ ଯାତ୍ରାରେ ବାହାରିଯିବା ପରେ ସେ ତାଙ୍କ ପ୍ରେମିକ ସହ ଫେରାର ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ସମ୍ପର୍କରେ ଦିବ୍ୟାଙ୍ଗ ବୃଦ୍ଧ ବାପା କଉଁରିଆ ଯାତ୍ରାରେ ଉତ୍ତରାଖଣ୍ଡର ହରିଦ୍ୱାର ଯାଇଥିବା ପୁଅକୁ ଫୋନ କରି ଜଣାଇ କହିଥିଲେ, ‘ଆରେ ବାପା ତୁ ତୁରନ୍ତ ଫେରି ଆସେ । ବୋହୂ ନାତିକୁ ଧରି ଅନ୍ୟ ଜଣେ ଯୁବକ ସହିତ ଫେରାର ହୋଇଯାଇଛି ।’ ଫେରାର ମହିଳାଙ୍କ ସ୍ୱାମୀ ବାପାଙ୍କ ଠାରୁ ସ୍ତ୍ରୀ ପ୍ରେମିକ ସହ ଫେରାର ହେବା ଖବର ପାଇବା ପରେ ଘରେ ପହଞ୍ଚି ଥାନାରେ ଦ୍ୱାରସ୍ଥ ହୋଇଥିଲେ ।

ଥାନାରେ ସ୍ୱାମୀ ଅଭିଯୋଗ କରି କହିଛନ୍ତି, ‘ମୁଁ କାଉଁରିଆ ଯାତ୍ରାରେ ବାହାରି ଯାଇଥିବା ବେଳେ ମୋ ସ୍ତ୍ରୀ ଘରେ ଦିବ୍ୟାଙ୍ଗ ବୃଦ୍ଧ ବାପାଙ୍କୁ ଛାଡ଼ି ପୁଅକୁ ଧରି ତାର ପ୍ରେମିକ ସହ ଫେରାର ହୋଇଯାଇଛି । କେବଳ ଏତିକି ନୁହେଁ ଘରେ ଥିବା ନଗଦ ଟଙ୍କା ସୁନା, ରୁପା ଅଳଙ୍କାର ବି ନିଜ ସହିତ ନେଇ ଯାଇଛି । ସେ ଯେଉଁ ଟଙ୍କା ନେଇ ଯାଇଛି ତାହା ଲୋକଙ୍କ ଠାରୁ ଚାନ୍ଦା କରି ରଖିଥିଲି । କାରଣ ଏହି ଟଙ୍କା ଗ୍ରାମରେ ଆୟୋଜିତ ହେବାକୁ ଥିବା କାଉଁରିଆ କାର୍ଯ୍ୟକ୍ରମରେ ଲାଗି ଥାଆନ୍ତା । ’ ପୁଲିସ ବୃଦ୍ଧ ବାପା ଓ ସ୍ୱାମୀଙ୍କ ଅଭିଯୋଗ କ୍ରମେ ମହିଳାଙ୍କୁ ଟ୍ରାକ କରିବାକୁ ଚେଷ୍ଟା କରୁଛି । ଏଥିସହିତ ସ୍ୱାମୀଙ୍କୁ ପୁଲିସ କହିଛି, ‘ମହିଳା ଧରାପଡ଼ିବା ପରେ ଯଦି ତାଙ୍କ ପ୍ରେମିକ ସହିତ ରହିବାକୁ କହନ୍ତି ତେବେ ତାଙ୍କୁ ତୁମ ସହିତ ରହିବାକୁ ଜୋର କରାଯାଇପାରିବ ନାହିଁ । କାରଣ ତାଙ୍କ ବୟସ ୧୮ବର୍ଷରୁ ଅଧିକ ରହିଛି । ସେ ଯାହା ସହିତ ରହିବାକୁ ଚାହିଁବେ ରହି ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking