26.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କରି ଅଗଣାରେ ପୋତିଲା ସ୍ବାମୀ

ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କରି ଅଗଣାରେ ପୋତିଲା ସ୍ବାମୀ

ନୂଆଦିଲ୍ଲୀ: ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କରି ଅଗଣାରେ ପୋତିଲା ସ୍ବାମୀ। ହତ୍ୟା କରି ପ୍ରଥମେ ଜାଳିବା ପରେ ଅର୍ଦ୍ଧଦଗ୍ଧ ଶବକୁ ଅଭିଯୁକ୍ତ ଅଗଣାରେ ପୋତିଥିଲା। ଏହା ପରେ ପୁଲିସରେ ସ୍ତ୍ରୀ ନିଖୋଜ ଥିବା ନେଇ ଏତଲା ରୁଜୁ କରିଥିଲା। ହେଲେ ମୃତକଙ୍କ ପରିବାର ଲୋକେ ଅଭିଯୁକ୍ତର ଅସଲ ମୁଖା ଖୋଲିଥିଲେ। ହିମାଚଳ ପ୍ରଦେଶର ସିମଲାରେ ଘଟିଛି ଏଭଳି ଘଟଣା। ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରାଯାଇଛି।

ସୂଚନା ମୁତାବକ, ଗଣପେରି ଗାଁର ସୁରକ୍ଷା କର୍ମୀ ତୋତା ରାମ ତାଙ୍କ ୨୬ ବର୍ଷୀୟା ପତ୍ନୀ ଗୁଲସନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ରାମଙ୍କ ବିରୋଧରେ ଧାରା ୧୦୩ (ହତ୍ୟା ପାଇଁ ଦଣ୍ଡ) ଓ ୨୩୮ (ଅପରାଧର ପ୍ରମାଣ ନଷ୍ଟ କରିବା କିମ୍ବା ଅପରାଧୀଙ୍କୁ ସୁରକ୍ଷା ଦେବା ପାଇଁ ମିଥ୍ୟା ସୂଚନା ଦେବା) ଅନୁଯାୟୀ ମାମଲା ରୁଜୁ କରାଯାଇଛି ଏବଂ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପୁଲିସ କହିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking