ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଗାରାବନ୍ଧ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ ଅଶାନ୍ତି ଓ କନ୍ଦଳ ଯୋଗୁଁ ସ୍ୱାମୀ ଉତ୍ତ୍ୟକ୍ତ ହୋଇ ଧାନକଟା ଦାଆରେ ନିଜ ସ୍ତ୍ରୀର ବେକ କାଟି ନିର୍ମମ ଭାବେ ହତ୍ୟା କରିଛି । ସାଇଣ୍ଟିଫିକ୍ ଟିମ୍ ସହ ସନ୍ଧାନୀ କୁକୁର ତଦନ୍ତ ସାରି ଫେରିଛନ୍ତି । ହତ୍ୟାକାରୀ ସ୍ୱାମୀକୁ ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ, ଆଜି ସକାଳେ ଅଡାଗାଁର ଗଙ୍ଗାବଡମୁଣ୍ଡି ନିଜ ସ୍ତ୍ରୀ ସଞ୍ଜନା ବଡମୁଣ୍ଡିଙ୍କ ସହ ପାରିବାରିକ ବଚସା ହୋଇଥିଲା ।
ଏଥିରେ ଗଙ୍ଗା ବଡମୁଣ୍ଡି ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ସଞ୍ଜନାକୁ ଧାନ କଟା ଦାଆରେ ଆକ୍ରମଣ କରି ଗଳାକାଟି ହତ୍ୟା କରିଥିଲା । ଅପରାହ୍ନରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ôଚ ତଦନ୍ତ କରିଥିଲା । ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି । ଗଜପତି ଏଏସ୍ପି ବାମଦେବ ସିଂ ଘଟଣା ସ୍ଥଳରେ ଅନୁଧ୍ୟାନ କରି ଫେରିଛନ୍ତି । ଗାରବନ୍ଧା ଥାନା ଅଧିକାରୀ ସର୍ବେଶ୍ୱର ସାମନ୍ତରାୟ ସୂଚନା ଦେଇଛନ୍ତି ଯେ, ପାରିବାରିକ କନ୍ଦଳରୁ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିଛି ।