16.1 C
Bhubaneswar
Tuesday, November 26, 2024
Homeଅପରାଧସ୍ତ୍ରୀକୁ କୋଦାଳରେ ହାଣିବା ପରେ ଝୁଲି ପଡିଲା ସ୍ୱାମୀ....

ସ୍ତ୍ରୀକୁ କୋଦାଳରେ ହାଣିବା ପରେ ଝୁଲି ପଡିଲା ସ୍ୱାମୀ….

ବାରିପଦା: ପାରିବାରିକ କଳହରୁ କରୁଣ ପରିଣତ । ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ବାରିପଦା ସଦର ଥାନା ଅନ୍ତର୍ଗତ ସ୍ୱରୂପଭିଲାର ପାତ୍ରସାହି ଅଞ୍ଚଳରେ ଘଟିଛି । କୌଣସି କଥାକୁ ନେଇ ଝଗଡା ଲାଗିବାରୁ ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀକୁ କୋଦାଳରେ ହାଣିଦେଲା ସ୍ୱାମୀ । ମୃତକ ହେଲେ ସୁବୁନି ପାତ୍ର । ପରେ ସ୍ୱାମୀ ଉମାକାନ୍ତ ପାତ୍ର ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା । ବନ୍ଦ ଘରୁ ମିଳିଲା ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ । ଘଟଣାସ୍ଥଳରେ ସଦର ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଥାଉକି, ବନ୍ଦ ଘରୁ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି । ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି । ବାରିପଦା ସଦର ଥାନା ଅନ୍ତର୍ଗତ ସ୍ୱରୂପଭିଲାର ପାତ୍ରସାହି ଅଞ୍ଚଳରେ ଘଟିଛି ଏହି ଅଘଟଣା ।

ସ୍ୱାମୀ ଉମାକାନ୍ତ ପାତ୍ର ଓ ସ୍ତ୍ରୀ ସୁବୁନି ପାତ୍ରଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ କଳହ ବହୁ ପୂର୍ବରୁ ଲାଗି ରହିଥିଲା । ଗୁରୁବାର ସକାଳ ସମୟରେ ପରିବାର ଲୋକେ ହସ୍ପିଟାଲରୁ ଫେରି ଘର କବାଟ ବାଡେଇଥିଲେ, କିନ୍ତୁ କେହି କବାଟ ଖୋଲିନଥିଲେ । ତେବେ କବାଟ ଭାଙ୍ଗିଲା ବେଳକୁ ଭିତରେ ସ୍ତ୍ରୀର ରକ୍ତାକ୍ତ ମୃତଦେହ ମସିଣା ଉପରେ ପଡିଥିବା ବେଳେ ସ୍ୱାମୀର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀ ସୁବୁନି ପାତ୍ରକୁ ଶୋଇଥିବା ଅବସ୍ଥାରେ ଏକ କୋଦାଲରେ ହାଣି ହତ୍ୟା କରିବା ପରେ ସ୍ୱାମୀ ଉମାକାନ୍ତ ପାତ୍ର ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହାକୁ ନେଇ ପୁଅ ରଞ୍ଜନ ପାତ୍ର ବାରିପଦା ସଦର ଥାନାରେ ଅଭିଯୋଗକ୍ରମେ ଏକ ହତ୍ୟାକାଣ୍ଡ ମାମଲା ରୁଜୁ କରି ଏକ ଅପମୃତ୍ୟ ମାମଲା ରୁଜୁ କରାଯାଇଛି । ମୃତ୍ୟର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଇଛନ୍ତି । ସଦର ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking