28.1 C
Bhubaneswar
Thursday, September 19, 2024
Homeଅପରାଧସ୍ତ୍ରୀକୁ ମାରିବା ପାଇଁ ସ୍ୱାମୀ ଦେଲା ୧୦ ଲକ୍ଷ ଟଙ୍କାର ସୁପାରୀ

ସ୍ତ୍ରୀକୁ ମାରିବା ପାଇଁ ସ୍ୱାମୀ ଦେଲା ୧୦ ଲକ୍ଷ ଟଙ୍କାର ସୁପାରୀ

ନୂଆଦିଲ୍ଲୀ: ଜଣେ ସ୍ୱାମୀ ତା’ର ସ୍ତ୍ରୀ ହତ୍ୟା ପାଇଁ ସୁପାରୀ ଦେଇଥିବା ଖବର ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ଅଗ୍ନିଙ୍କୁ ସାକ୍ଷୀ ରଖି ୭ ଜନ୍ମକୁ ସାଥୀ କରିବାର ଶପଥ ନେଇ ଥିବା ସ୍ୱାମୀ ବିବାହର ମାତ୍ର ୭ ମାସ ନ ପୁରୁଣୁପତ୍ନୀଙ୍କ ହତ୍ୟା ପାଇଁ ସୁପାରୀ ଦେବା ଭଳି ଘଟଣା ଘଟିଛି ଦିଲ୍ଲୀରେ । ସ୍ତ୍ରୀକୁ ମାରିବା ପାଇଁ ସ୍ୱାମୀ ଦେଲେ ୧୦ ଲକ୍ଷ ଟଙ୍କାର ସୁପାରୀ । ଏହି ହତ୍ୟା ମାମଲାରେ ଦିଲ୍ଲୀ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଏହି ହତ୍ୟାକାଣ୍ଡ ପାଇଁ ମହିଳାଙ୍କ ସ୍ୱାମୀ ହିଁ ଉଭୟ ଅଭିଯୁକ୍ତଙ୍କୁ ୧୦ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ । ମୁଖ୍ୟ ଷଡ଼ଯନ୍ତ୍ରକାରୀ ସ୍ୱାମୀକୁ ମଧ୍ୟ ଗିରଫ କରାଯାଇଛି ।

ଦିଲ୍ଲୀର ରାଜୌରି ଗାର୍ଡେନରେ ରୁହନ୍ତି ଏସ.କେ ଗୁପ୍ତା (୭୧) । ତେବେ ଏହି ମହିଳାଙ୍କୁ ୬ମାସ ପୂର୍ବରୁ ବିବାହ କରିଥିଲେ। ପୁଅ ଅମିତ ଗୁପ୍ତା (୪୫) ଙ୍କ ଯତ୍ନ ନେବେ ବୋଲି ମୁଁ ତାଙ୍କୁ ବିବାହ କରିଥିଲି। ମୋ ପୁଅ ଅମିତ ସେରେବ୍ରାଲ ପଲସି ରୋଗରେ ପୀଡିତ ଥିବାରୁ ତାଙ୍କର ଯତ୍ନ ନେବାକୁ ହିଁ ସେ ବିବାହ କରିଥିଲେ । କିନ୍ତୁ ପତ୍ନୀ ଏଥିରେ ରାଜି ହୋଇନଥିଲେ । ଆଉ ୬ ମାସ ରହିବା ବାବଦକୁ ୧ କୋଟି ଟଙ୍କା ମାଗିଥିଲେ । ଏଥିରେ ରାଗିଯାଇ ମହିଳାଙ୍କୁ ରାସ୍ତାରୁ ହଟାଇବାକୁ ସେ ଯୋଜନା କରିଥିଲେ ବୋଲି କହିଛନ୍ତି ଏସ.କେ ଗୁପ୍ତା । ପୁଲିସ ଏବେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking