25.1 C
Bhubaneswar
Friday, March 20, 2026
Homeଅପରାଧଘରୋଇ କଳହରୁ ସ୍ତ୍ରୀଙ୍କୁ ପିଟି ହତ୍ୟା କଲା ସ୍ଵାମୀ

ଘରୋଇ କଳହରୁ ସ୍ତ୍ରୀଙ୍କୁ ପିଟି ହତ୍ୟା କଲା ସ୍ଵାମୀ

ସମ୍ବଲପୁର: ସମ୍ବଲପୁରର ଅଇଁଠାପାଲି ଥାନା ସିଂହପାଲି ଗ୍ରାମରେ ଘରୋଇ କଳହକୁ କେନ୍ଦ୍ର କରି ସ୍ଵାମୀ ସ୍ତ୍ରୀକୁ ପିଟି ହତ୍ୟା କରିଛି। ପୁଲିସ ଅଭିଯୁକ୍ତ ସ୍ଵାମୀ କୁନା ଓରାମ(୩୨)କୁ ଗିରଫ କରିଛି। ସୂଚନା ଅନୁସାରେ, ସୁନ୍ଦରଗଡ ଜିଲା ନିବାସୀ ରାଜେନ୍ଦ୍ର ତୀର୍କୀଙ୍କ ଝିଅ ସସ୍ମିତା(୨୭) ଗତ ବର୍ଷ ଅଇଁଠାପାଲି ଥାନା ଅନ୍ତର୍ଗତ ସିଂହପାଲି ଗ୍ରାମ ନିବାସୀ କୁନାକୁ ବିବାହ କରିଥିଲେ ।

ରାଜେନ୍ଦ୍ରଙ୍କୁ ଫୋନରେ ସୁଚନା ଦିଆଯାଇଥିଲା ଯେ, ସଶ୍ମିତା ଘରେ ଖଟରୁ ପଡି ଯାଇ ଆହତ ହୋଇଛନ୍ତି ଏବଂ ତାଙ୍କୁ ବୁର୍ଲା ଭିମସାରକୁ ଚିକିତ୍ସା ପାଇଁ ନିଆଯାଇଛି । ଏହାର କିଛି ସମୟ ପରେ ପୁଣି ତାଙ୍କୁ ସୁଚନା ଦିଆଯାଇଥିଲା ଯେ, ତାଙ୍କ ଝିଅର ମୃତ୍ୟୁ ହୋଇଯାଇଛି । ଏଣୁ ତୁରନ୍ତ ରାଜେନ୍ଦ୍ର ପରିବାର ସହିତ ଆସି ଭିମସାରକୁ ଯାଇଥିବା ବେଳେ ସେଠାରେ ଝିଅର ମୁଣ୍ଡରେ ଗଭୀର କ୍ଷତ ଥିବାର ଦେଖି ଜ୍ୱାଇଁ ଉପରେ ସନ୍ଦେହ ବ୍ୟକ୍ତ କରିଥିଲେ । ଏଣୁ ଅଇଁଠାପାଲି ଥାନାରେ ସେ ଲିଖିତ ଅଭିଯୋଗ ଦେବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ପୁଲିସ ଜେରା ସମୟରେ କୁନା ଓରାମ ନିଜେ ସ୍ତ୍ରୀ ସସ୍ମିତାକୁ ହତ୍ୟା କରିଥିବା ସ୍ଵୀକାର କରିଥିଲା । ଘରୋଇ କଳହ ଯୋଗୁଁ ମଧ୍ୟ ରାତ୍ରି ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏଣୁ ଉତ୍ତ୍ୟକ୍ତ ହୋଇ କୁନା ଏକ ଲୁହା ପାଇପରେ ସ୍ତ୍ରୀ ସସ୍ମିତାଙ୍କ ମୁଣ୍ଡକୁ ପିଟି ଦେଇଥିଳା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେଣୁ ପୁଲିସ ଅଭିଯୁକ୍ତ ସ୍ୱାମୀ କୁନାକୁ ଗିରଫ କରିବା ସହିତ ତା ନିକଟରୁ ହତ୍ୟାରେ ବ୍ୟବହୃତ ଏକ ଲୁହା ପାଇପ ଜବତ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking