କଟକ: ସ୍ତ୍ରୀକୁ ନିର୍ଯାତନା ଦେବା ତଥା ମାଡମାରି ଟଙ୍କା ଓ ଅଳଙ୍କାର ଲୁଟ କରି ନେବା ଅଭିଯୋଗରେ ଜଗତପୁର ପୁଲିସ ସ୍ୱାମୀଙ୍କୁ ଗିରଫ କରଛି । ଗିରଫ ଜଣକ ହେଲେ ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ମାର୍ଜିତାପୁରର ଦୁର୍ଗା ଚରଣ ବେଜ(୨୭) ।
ସ୍ଥାନୀୟ ତ୍ରନାଥସାହିର ଲିସା ବେହେରାଙ୍କୁ ଗତ ୧ ତାରିଖ ତାଙ୍କ ସ୍ୱାମୀ ଦୁର୍ଗାମାଡ ମାରିବା ଯୋଗୁ ସେ ଆହତ ହୋଇ ଏସସିବିରେ ଚିକିତ୍ସିତ ହୋଇଥିଲେ । ୩ ତାରିଖରେ ମଧ୍ୟାହ୍ନ ଭୋଜନ ପରେ ଶୋଇଥିବା ବେଳେ ତାଙ୍କ ସ୍ୱାମୀ ତାଙ୍କର ମୋବାଇଲ,୪୦ ହଜାର ଟଙ୍କା,୨ ହଳ କାନଫୁଲ,୩ଟି ସୁନା ମୁଦି ଓ ଗୋଟିଏ ଚେନ ନେଇ ଫେରାର ହୋଇଯାଇଥିଲେ ବୋଲି ସେ ୪ ତାରିକରେ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରାଯାଇ ତଦ” ଚଳାଇଥିଲା । ଲିସା ପୂର୍ବରୁ ମଧ୍ୟପ୍ରଦେଶର ଉମେଶ ବେହେରାଙ୍କୁ ବିବାହ କରିଥିଲା ଓ ପାରିବାରିକ କଳହ ପରେ ନିଜ ମାଆ ସହ ତ୍ରିନାଥସାହିରେ ରହୁଥିଲା ।
ଏହି ସମୟରେ ଲିସାର ସଂସ୍ପର୍ଶରେ ଆସିଥିଲା ଦୁର୍ଗା । ୨୦୨୧ରେ ଉଭୟରେ ବାଙ୍ଗାଲୋର ପଳାଇ ବିବାହ କରିଥିଲେ । ତେବେ ସେମାନେ ଓଡିଶା ଫେରି ତ୍ରିନାଥ ସାହିରେ ରହୁଥିଲେ । ଦୁର୍ଗା ମଧ୍ୟ ପୂର୍ବରୁ ବିବାହିତ ଓ ତାଙ୍କର ଏକ ୫ ବର୍ଷର ପୁଅ ମଧ୍ୟ ଅଛି । ବିଗତ କିଛି ଦିନ ହେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖା ଦେଇଥିଲା ବେଳେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା । ପୁଲିସ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛିି ।