26.1 C
Bhubaneswar
Thursday, July 4, 2024
Homeଅପରାଧପତ୍ନୀକୁ ନିର୍ଯାତନା ଦେଇ ସ୍ୱାମୀ ଗିରଫ

ପତ୍ନୀକୁ ନିର୍ଯାତନା ଦେଇ ସ୍ୱାମୀ ଗିରଫ

ଭୁବନେଶ୍ୱର: ପତ୍ନୀକୁ ପ୍ରତାରଣ କରିବା ସହ ନିର୍ଯାତନା ଦେବା ଅଭିଯୋଗରେ ମହିଳା ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ଚନ୍ଦ୍ରେଶଖରପୁର ଶ୍ରୀବିହାରରେ ରହୁଥିବା ବିଶ୍ୱଦର୍ଶୀ ଦାସ । ସୂଚନା ଅନୁଯାୟୀ, ପୀଡ଼ିତା ଜଣକ ଏକ ବେସରକାରୀ ସଂସ୍ଥାରେ ଚାକିରି କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ସେ ଗତ ତା.୨୬.୦୬.୨୦୧୬ ରିଖରେ ଅଭିଯୁକ୍ତଙ୍କୁ ହିନ୍ଦୁ ରୀତିନୀତି ଅନୁଯାଇ ବିବାହ କରିଥିଲେ । ଉଭୟଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି । ବିବାହ ପରେ ପୀଡ଼ିତା ଜଣକ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲେ ଯେ, ଅଭିଯୁକ୍ତ ପୂର୍ବରୁ ମଧ୍ୟ ବିବାହିତ ଥିଲେ । ଏ ସମ୍ପର୍କରେ ସେ ଅଭିଯୁକ୍ତଙ୍କୁ ପଚାରିବାରୁ, ଅଭିଯୁକ୍ତ ଜଣକ ତାଙ୍କୁ ନିୟମିତ ଭାବେ ମାନସିକ ଓ ଶାରୀରିକ ଅତ୍ୟାଚାର କରିଥିଲେ ।

ଏହି କାରଣରୁ ସେ ନିଜ ଝିଅକୁ ନେଇ ଅଲଗା ରହୁଥିଲେ । ଗତ ତା.୧୨.୦୨.୨୦୨୩ ରିଖରେ ଅଭିଯୁକ୍ତ ଜଣକ ସେ ରହୁଥିବା ଅପାର୍ଟମେଣ୍ଟକୁ ଯାଇ ବିଶୃଙ୍ଖଳା ସୃଷ୍ଟି କରିବା ସହିତ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିଥିଲେ ଏବଂ ଛୋଟ ଝିଅକୁ ଅପହରଣ କରିନେବାର ଧମକ ମଧ୍ୟ ଦେଇଥିଲେ । ପୀଡ଼ିତା ଜଣକ ପିସିଆର ଭ୍ୟାନକୁ ସୂଚନା ଦେବା ଦେଖି ଅଭିଯୁକ୍ତ ଜଣକ ସେଠାରୁ ଖସି ପଳାଇଯାଇଥିଲେ । ପୁନର୍ବାର ଅଭିଯୁକ୍ତ ଜଣକ ତା.୧୪.୦୨.୨୦୨୩ ରିଖରେ ପିଡ଼ିତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହିତ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ । ଅଭିଯୋଗକାରିଣୀଙ୍କ ଅଭିଯୋଗ ପରେ, ମହିଳା ଥାନା ପୁଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ୨୦୨୧ ମସିହାରେ ସମ୍ପୃକ୍ତ ମହିଳା ଥାନାରେ ଏକ ମାମଲା ରହିଥିବା ତଦନ୍ତ ବେଳେ ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking