26.1 C
Bhubaneswar
Thursday, September 19, 2024
Homeଓଡିଶାହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ, ଅଭିଯୋଗର ୪ ମାସ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ

ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ, ଅଭିଯୋଗର ୪ ମାସ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ

ଯାଜପୁର : ନିଜ ସ୍ତ୍ରୀକୁ ପିଟି ମାରିଥିବା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି ଯାଜପୁରରୋଡ଼ ପୋଲିସ | ଅଭିଯୁକ୍ତ ସ୍ୱାମୀ ଜଣକ ହେଲେ ଏହି ଥାନା ଦାନଗଦି ସୋଲେଇ ଗ୍ରାମର ବାଙ୍କାଵିହାରୀ ଦାଶ (୪୫) ବୋଲି ଜଣାପଡିଛି | ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି | ସୂଚନା ମୁତଵାକ ଅଭିଯୁକ୍ତ ବାଙ୍କାଵିହାରୀ କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବଳଭଦ୍ର ପୁର ଶାସନ ଗ୍ରାମର ବାସନ୍ତୀ ଦାଶ (ସିଂହ) ଙ୍କୁ ବିବାହ କରିଥିଲେ | ବାଙ୍କବିହାରୀ ପୂର୍ବରୁ ବିବାହ କରିଥିବା ଏବଂ ଅନ୍ୟତ୍ର ତାଙ୍କର ଜଣେ ସ୍ତ୍ରୀ ଥିବା ବାସନ୍ତୀ ଜାଣିବାକୁ ପାଇଥିଲେ | ଯାହାକୁ ନେଇ ଉଭୟଙ୍କ  ମଧ୍ୟରେ ବୋହୁ ସମୟରେ ମନ ମାଳିନ୍ୟ ରହିଥିଲା ଯାହାକୁ ନେଇ ଅଭିଯୁକ୍ତ ବାସନ୍ତିକୁ ଉଭୟ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ | ଘଟଣା ଦିନ କୌଣସି କାରଣକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ହୋଇଥିଲା | ଅଭିଯୁକ୍ତ ସ୍ତ୍ରୀ ବାସନ୍ତୀକୁ ମାଡ ମାରିବା ସହ ଜୋରେ ତଣ୍ଟିଆ ମାରିଥିଲେ ଯାହାଫଳରେ ବାସନ୍ତୀଙ୍କ ମୁଣ୍ଡ କାନ୍ଥରେ ମାଡ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା | ବାସନ୍ତୀ ଙ୍କୁ ମୁର୍ମୁଷୁ ଅବସ୍ଥାରେ ପ୍ରଥମେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କାରା ଯାଇ ଥିଲା ସେଠାରେ ବାସନ୍ତୀ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ | ସେଠାରେ ଅପ୍ରେଲ ୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା | ଭଉଣୀର ମୃତ୍ୟୁର ୪ ଦିନ ଅର୍ଥାତ ଅପ୍ରେଲ ୮ ତାରିଖରେ ବାସନ୍ତୀଙ୍କ ଭାଇ ବିଜୟ କୁମାର ସିଂ ଯାଜପୁରରୋଡ଼ ଥାନାରେ ସ୍ୱାମୀ ବାଙ୍କାଵିହାରୀଙ୍କ ନାମରେ ତାଙ୍କ ଭୋଉଣୀକୁ ମାରିଦେଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ | ଘଟଣାର ତଦନ୍ତ କରି ଶବ ବ୍ୟବଛେଦ ରିପୋର୍ଟକୁ ଆଧାର କରି ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିବା ସହ ୨୩୬/୨୪ରେ ମାମଲା ୠଜୁକରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଉପେନ୍ଦ୍ର ପ୍ରଧାନ ଏକ ପ୍ରେସ ବିବୃତିରେ କହିଛନ୍ତି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking