26.1 C
Bhubaneswar
Thursday, April 2, 2026
Homeଓଡିଶାକୋର୍ଟ ସାମ୍ନାରେ ସ୍ବାମୀ-ସ୍ତ୍ରୀ ହାତାହାତି

କୋର୍ଟ ସାମ୍ନାରେ ସ୍ବାମୀ-ସ୍ତ୍ରୀ ହାତାହାତି

ବାଙ୍କୀ: ଦ୍ବିତୀୟ ବିବାହ କରୁଥିବା ବେଳେ ଧରିନେଲା ପ୍ରଥମ ସ୍ତ୍ରୀ । ବାଙ୍କୀ କୋର୍ଟ ସାମ୍ନାରେ ସ୍ୱାମୀଙ୍‌କୁ ମାଡ ମାରିଲା ପ୍ରଥମ ସ୍ତ୍ରୀ। ସ୍ୱାମୀ ଦ୍ୱିତୀୟ ବିବାହ କରିବାକୁ କୋର୍ଟକୁ ଆସିଥିବା ବେଳେ ସ୍ୱାମୀର ସାର୍ଟ କର୍ଲର ଧରି ଘୋଷାଡ଼ି ଥାନାକୁ ଟାଣି ଟାଣି ନେଲେ ପ୍ରଥମ ସ୍ତ୍ରୀ। ଏଭଳି ଏକ ଘଟଣା ବାଙ୍କୀ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବର୍ଷାରାଣୀ ଧଳ ଦୁଇ ବର୍ଷ ତଳେ କିଆପଲ୍ଲା କମଳପୁର ଗାଁର ସନ୍ତୋଷ ରାଉତଙ୍କୁ ବିବାହ କରିଥିଲେ। ସନ୍ତୋଷ ପୁଣେର ଏକ କମ୍ପାନୀରେ କାମ କରୁଛନ୍ତି। ବିବାହ ପରେ ଅନେକ ସମୟରେ ସନ୍ତୋଷ ବର୍ଷାଙ୍କୁ ନିର୍ୟାତନା ଦେଇ ଆସୁଥିବା ଅଭିଯୋଗ ହେଉଥିଲା।

୬ ମାସ ତଳେ ଏନେଇ ବାଙ୍କୀ ଥାନାରେ ଏତଲା ହୋଇଥିଲା।ମାତ୍ର ଆଜି ସନ୍ତୋଷ ରାଉତ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ବାଙ୍କୀ କୋର୍ଟକୁ ଆସିଥିବା ବେଳେ କୌଣସି ଏକ ସୂତ୍ରରୁ ଖବର ପାଇ ବର୍ଷା ସେଠାରେ ପହଞ୍ଚିଥିଲେ। ବର୍ଷାଙ୍କୁ ଦେଖି ସନ୍ତୋଷ ସେଠାରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଉଭୟଙ୍କ ଭିତରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ଏହି ସମୟରେ ଅନ୍ୟ ଯୁବତୀ ଜଣଙ୍କ ସେଠାରୁ ଖସି ଚାଲି ଯାଇଥିବା ବେଳେ ବର୍ଷା ସନ୍ତୋଷଙ୍କୁ ଧରି ବାଙ୍କୀ ଥାନାରେ ପହଞ୍ଚିଥିଲେ। ଏନେଇ ବର୍ଷା ବାଙ୍କୀ ଥାନାରେ ଏତଲା ଦେଇଥିବା ବେଳେ ସନ୍ତୋଷଙ୍କୁ ଅଟକ ରଖି ବାଙ୍କୀ ପୋଲିସ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking