25.1 C
Bhubaneswar
Sunday, March 16, 2025
Homeଓଡିଶାନିଜ ଗୁଳିରେ ଶିକାରୀ ମୃତ

ନିଜ ଗୁଳିରେ ଶିକାରୀ ମୃତ

ରାୟଗଡା:  ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୋହନା ଥାନା ଅନ୍ତର୍ଗତ କୁଙ୍କୁଣି ପଦାସାହି ଗାଁ ନିକଟରେ । ମୃତକ ଜଣକ ରାୟଗଡ଼ ଥାନା ସିନ୍ଧିବା ଗାଁର ହରିଶ୍ଚନ୍ଦ୍ର ଭୂୟାଁ । ଗତ ଦୁଇ ମାସ ହେବ କୁଙ୍କୁଣି ପଦାସାହି ଗାଁରେ ରହି ଖଜୁରୀ ତାଡ଼ି ସଂଗ୍ରହ କରି ବିକ୍ରୀ କରୁଥିଲେ ହରିଶ୍ଚନ୍ଦ୍ର । ଗତକାଲି ସନ୍ଧ୍ୟାରେ ମୃତ ହରିଶ୍ଚନ୍ଦ୍ର ଓ ଗାଁର କିଛି ଜଣ ଜଙ୍ଗଲକୁ ଦେଶୀ ବନ୍ଧୁକ ନେଇ ଶିକାର କରିବାକୁ ଯାଇଥିଲେ ।ସେହି ସମୟରେ ଗୁଳିଫୁଟି ହରିଶ୍ଚନ୍ଦ୍ରଙ୍କ ମୃତ୍ୟୁ ଘଟିଛି । ପାହାଡ଼ ତଳେ ମୃତ ଶରୀର ପଡ଼ିଥିବା ବେଳେ ଘଟଣା ସ୍ଥଳରେ ଦେଶୀ ବନ୍ଧୁକ ଓ ଗୁଳି ବାରୁଦ ପଡ଼ି ରହିଛି । ତେବେ ନିଜ ଗୁଳି ଫୁଟି ହରିଚନ୍ଦ୍ରଙ୍କ ମୃତ୍ୟୁ ଘଟିଛି ନା ଆଉ କଣ କାରଣ ରହିଛି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ଭିଣେଇ ଓ ଗାଁର ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking