26.1 C
Bhubaneswar
Saturday, September 21, 2024
Homeଓଡିଶାବିଜେଡିର ଶତାଧିକ ନେତା ବିଜେପିରେ ସାମିଲ ହେଲେ

ବିଜେଡିର ଶତାଧିକ ନେତା ବିଜେପିରେ ସାମିଲ ହେଲେ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ, ବ୍ଲକ ଅଧ୍ୟକ୍ଷ ବିସି ବିପ୍‌ସା ପାତ୍ର, ନୀଳଗିରି ଜିଲ୍ଲା ପରିଷଦ ରଞ୍ଜିତା ସିଂ, ମୁନି ସିଂ, ସରପଂଚ ରବିଦ୍ର ସିଂ, ଶିବାଜୀ ସିଂ, ରୁପା ସିଂ, ପ୍ରଦୀପ କୁମାର ପରିଡା, ଦୀପ୍ତିରାଣୀ ସିଂ, ନିତ୍ୟାନନ୍ଦ ମୁଦୁଲୀ, ମନସ୍ମିତା ପଣ୍ଡା, ମମତା ଖଣ୍ଡେଇ, ଗିରିଶ ଚନ୍ଦ୍ର ସିଂ, ନମିତାମଣି ସିଂ, ନିଳଗିରୀ ବ୍ଲକ ଉପାଧ୍ୟକ୍ଷ ଜ୍ୟୋତିରାୟ ପୁଥଳ, ରଚନା ନାୟକ, ଚନ୍ଦ୍ରମଣି ପଣ୍ଡା, ଦୀପକ କୁମାର ସିଂ, ଯମୁନା ମଣ୍ଡଳ, ଭରତ କବାଟ, ମହେନ୍ଦ୍ର ନାଥ ବେହେରା, ରତିପ୍ରଭା ସାହୁ, ରାଜୁ ସିଂ, ଆଦ୍ୟାଶା ଦାଶ, ବନିତା ମହାଳିକ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ସେହିପରି ପିଠାହାଟା ଗ୍ରାମ ପଂଚାୟତ, ବାଲେଶ୍ୱର ବଡ ଗ୍ରାମ ପଂଚାୟତ, ଔପଦା ଜୋନ ଫତେପୁର ଗ୍ରାମ ପଂଚାୟତର, ବଡପୋଖରୀ ଗ୍ରାମ ପଂଚାୟତର, ଅଘୋହିପଡା ଗ୍ରାମ ପଂଚାୟତ,କନ୍ସ ଗ୍ରାମ ପଂଚାୟତ, ଚକଜଗନ୍ନାଥପୁର ଗ୍ରାମ ପଂଚାୟତ, କେଶବଜୟପୁର ଗ୍ରାମ ପଂଚାୟତ, ଖନ୍ତାପଡା ଗ୍ରାମ ପଂଚାୟତ, ପଥରପେଣ୍ଠ ଗ୍ରାମ ପଂଚାୟତ, ଧର୍ମପୁର ଗ୍ରାମ ପଂଚାୟତ,ବରହମପୁର ଗ୍ରାମ ପଂଚାୟତ, ମହିଂଶାପାଟ ଗ୍ରାମ ପଂଚାୟତ, ଗରଡିହି ଗ୍ରାମ ପଂଚାୟତ, ନରସିଂହପୁର ଗ୍ରାମ ପଂଚାୟତ, ସିଆଡିମାଳ ଗ୍ରାମ ପଂଚାୟତ, ମାଟିଆଳ ଗ୍ରାମ ପଂଚାୟତ, ଆର.କେ. ପୁର ଗ୍ରାମ ପଂଚାୟତ, ନରଣପୁର ଗ୍ରାମ ପଂଚାୟତ, ତେଲିପାଲ ଗ୍ରାମ ପଂଚାୟତ, ଏସଏସ ପୁର ଗ୍ରାମ ପଂଚାୟତ, ଇଶ୍ୱରପୁର ଗ୍ରାମ ପଂଚାୟତ, କଣ୍ଡାଗରଡି ଗ୍ରାମ ପଂଚାୟତ, ଛତ୍ରପୁର ପଂଚାୟତ, କେସି ପୁର ଗ୍ରାମ ପଂଚାୟତ, ଅଯୋଧ୍ୟା ଗ୍ରାମ ପଂଚାୟତ, ବେଗୁନିଆ ଗ୍ରାମ ପଂଚାୟତ, ଡିଏନପୁର ଗ୍ରାମ ପଂଚାୟତ, ବାଉଁଶବଣିଆ ଗ୍ରାମ ପଂଚାୟତର ଶତାଧିକ ନେତା ଓ କର୍ମୀ ବିଜେଡି ଛାଡି ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ରେଲମନ୍ତ୍ରୀ ଅଶ୍ୱନି ବୈଷ୍ଣବ, ସାଂସଦ ପ୍ରତାପ ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲସିଂ ତୋମାର, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ମହାନ୍ତି ସଦସ୍ୟତା କରାଇଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ସରୋଜ କର, ମହେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking