23.1 C
Bhubaneswar
Wednesday, November 13, 2024
Homeଓଡିଶାଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଯୋଗଦେଲେ ଶତାଧିକ ଦିବ୍ୟାଙ୍ଗ

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଯୋଗଦେଲେ ଶତାଧିକ ଦିବ୍ୟାଙ୍ଗ

ମୟୂରଭଞ୍ଜ: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ପ୍ରଶାସନ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ମୋରଡା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋରଡା ବ୍ଲକ ଅଧୀନ 20ଟି ପଞ୍ଚାୟତର ଶତାଧିକ ଭିନ୍ନକ୍ଷମ ପୁରୁଷ, ମହିଳା ଓ ଶିଶୁମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ଭିନ୍ନକ୍ଷମ ଚି଼ହ୍ନଟ ପ୍ରକ୍ରିୟା ଓ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ଅନୁଷ୍ଠିତ ଏହି ଅଭିଯାନରେ ଅସ୍ଥିଶଲ୍ୟ ବିଭାଗରେ 335 ଜଣ, ଦୃଷ୍ଟିବାଧିତ ବିଭାଗରେ 89 ଜଣ, ଶ୍ରବଣ ଓ ବାକବାଧିତ 99 ଜଣ, ମାନସିକ ଅନଗ୍ରସର 82 ଜଣ ଏବଂ ଭେଷଜ ବିଭାଗରେ 30 ଜଣ ଏହିପରି ମୋଟ 635 ଜଣଙ୍କ ନାମ ପଞ୍ଜିକୃତ ହୋଇଥିବା ଜଣାପଡିଛି। ଆୟୋଜିତ ଶିବିରରେ ଡାକ୍ତର ଚୁନୁରାମ ସୋରେନ, ମିତା ମିଶ୍ର, ଜି ସି ପାଲ,ସିଦ୍ଧେଶ୍ବର ବାସ୍କେ,

ବି ଜ୍ୟୋତିଶି,ଲଷ୍ମୀଧର ପଣ୍ଡା,ଜ୍ୟୋସ୍ନା ସ୍ୱାଇଁ ଯଥାକ୍ରମେ ଦିବ୍ୟାଙ୍ଗମାନଙ୍କୁ ଚି଼ହ୍ନଟ କରିଥିଲେ। ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ବେହେରାଙ୍କ ତତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୋରଡା ବ୍ଲକ ଅଧକ୍ଷ ପିଥନାଥ ସୋରେନ, ବିଡ଼ିଓ ଜୟକୃଷ୍ଣ ପାତ୍ର ଅନୁଷ୍ଠାନିକ ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଚିତ୍ରଡା କଲେଜର ସ୍କାଉଡ଼ ଗାଇଡ଼ର ବହୁ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଭିନ୍ନକ୍ଷମମାନଙ୍କୁ ସାହାଯ୍ୟ ସହଯୋଗ କରିବା ସହିତ ଶାନ୍ତିଶୃଙ୍ଖଳାରେ ଶିବିର ପରିଚାଳନାରେ ସହଯୋଗ କରିଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking