28.1 C
Bhubaneswar
Friday, November 22, 2024
Homeଓଡିଶାକେନାଲରେ ୨୦ ଫୁଟର ଘାଇ : ଶତାଧିକ ଏକର ଚାଷ ଜମି ଜଳମଗ୍ନ

କେନାଲରେ ୨୦ ଫୁଟର ଘାଇ : ଶତାଧିକ ଏକର ଚାଷ ଜମି ଜଳମଗ୍ନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ମେଘେଲା ପଞ୍ଚାୟତ ସାହାଜବାହାଲ ଗାଁ ନିକଟରେ ଥିବା ହୀରାକୁଦ କେନାଲରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ଶହ ଶହ ଏକର ଚାଷ ଜମି ଜଳ ମଗ୍ନ ହୋଇଛି । ଗତ ଜୁଲାଇ ୧୮ ତାରିଖରେ ହୀରାକୁଦ ଡ୍ୟାମର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ହୀରାକୁଦ ଡ୍ୟାମ୍‌ର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେବା ଯୋଗୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ହୀରାକୁଦ ଡ୍ୟାମର ଅତ୍ୟଧିକ ପାଣି ସହ ବର୍ଷାପାଣି ପଶିବା ଯୋଗୁଁ କେନାଲରେ ମଧ୍ୟ ପାଣି ଛଡାଯାଇଛି । କେନାଲରେ ଘାଇ ସୃଷ୍ଟି ହେବା ଯୋଗୁଁ ସାହାଜବାହାଲ, ପଧାନପାଲି ଓ କୁଇବାହାଲ ଗାଁର ଶହଶହ ଏକର ଚାଷ ଜମି ଜଳମଗ୍ନ ହୋଇଯାଇଛି । ଧାନ କ୍ଷେତରେ ପାଣି ପଶିବା ଯୋଗୁ ଫସଲ ନଷ୍ଟ ହୋଇଯିବ ବୋଲି ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି । ତୁରନ୍ତ ଏହାର ମରାମତି କାମ କରିବାକୁ ଦାବି କରିଛନ୍ତି । ତେବେ ନିମ୍ନମାନର କାମ ହୋଇଥିବାରୁ କେନାଲରେ ଘାଇ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ଏଥିପ୍ରତି ଜଳ ସେଚନ ବିଭାଗ ଦୃଷ୍ଟି ଦେଵାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking