25.9 C
Bhubaneswar
Monday, April 6, 2026
Homeଓଡିଶାହ୍ୟୁମାନ ମୃତ୍ୟୁ: ହାଇକୋର୍ଟ ଗଲେ ଅର୍ପିତା

ହ୍ୟୁମାନ ମୃତ୍ୟୁ: ହାଇକୋର୍ଟ ଗଲେ ଅର୍ପିତା

କଟକ: ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅର୍ପିତା ଚୌଧୁରୀ । ସୋମେଶ ଶତପଥୀଙ୍କ ସହ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । ସୋମେଶ, ଅର୍ପିତାଙ୍କ ସହ ୯ ଜଣଙ୍କ ନାଁରେ ଏତଲା କରିଛନ୍ତି ହ୍ୟୁମାନଙ୍କ ମାଆ । ଏତଲା ଆଧାରରେ ମାମଲା କରି ତଦନ୍ତ କରୁଛି ପୋଲିସ । ସୂଚନାଯୋଗ୍ୟ, ଗତକାଲି ଏହି ଘଟଣା ସୂଚନା ଦେଇ କଟକ ଡିସିପି ଋଷିକେଶ ଖିଲାରୀ କହିଥିଲେ ଯେ ଡିସେମ୍ବର ୨୧ ତାରିଖରେ ମର୍କତ ନଗର ଥାନାରେ ହ୍ୟୁମାନ ସାଗରଙ୍କ ମା’ ଶେଫାଲି ସୁନାଙ୍କ ଅଭିଯୋଗ ଆଧାରରେ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ଏତଲାରେ ଥିବା ପ୍ରତ୍ୟେକ ବ୍ୟକ୍ତି ତଦନ୍ତ ପରିସରଭୁକ୍ତ ହେବେ । ମେଡିକାଲ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଛି। ରିପୋର୍ଟ ଆସିବା ପରେ ତର୍ଜମା କରାଯି । ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଥିବାରୁ, ପୋଲିସ ମୃତ କଣ୍ଠଶିଳ୍ପୀଙ୍କ ଆର୍ଥିକ କାରବାର ବିବରଣୀ ଯାଞ୍ଚ ଜାରି ରଖିଛି । କମିଶନରେଟ୍ ପୋଲିସ ବିଭିନ୍ନ ବ୍ୟାଙ୍କକୁ ଅନୁରୋଧ ପଠାଇ ତାଙ୍କ ଆର୍ଥିକ କାରବାର ବିଷୟରେ ସୂଚନା ମାଗିଛି। କଣ୍ଠଶିଳ୍ପୀ ହ୍ୟୁମାନ ସାଗର ନଭେମ୍ବର ୧୭ ତାରିଖରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking