କୋରାପୁଟ : ମାଛକୁଣ୍ଡ ଥାନା କୋଡ଼ାପୁଟ ଓ ଗୁମୁଡ଼ାପୁଟ ଗାଁ ନିକଟସ୍ଥ ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ଥିଲା। ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ୍ ଏସ୍ପି ଅଭିନବ ସୋନକରଙ୍କ ନିର୍ଦ୍ଦେଶରେ ଏସ୍ଓଜି ଯବାନମାନେ ବୁଧବାର ପରାହ୍ନରେ କମ୍ୱିଂ ଅପରେଶନ୍ରେ ଯାଇଥିଲେ। ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ମିଳିଥିଲା ବିସ୍ଫୋରକ ସାମଗ୍ରୀ। ମାଟି ତଳୁ ୭ କେଜି ବିଶିଷ୍ଟ ୮ଟି ଟିଫିନ ବୋମା, ୩ କେଜି ବିଶିଷ୍ଟ ୯ଟି ଟିଫିନ ବୋମା, କୋଡେକ୍ସ ୱେର ୫୦ ମିଟର, ୨ଟି ଡିଟୋନେଟର, ଗୋଟାଏ ପିସ୍ତଲ ଓ ୧୪ଟି ଗୁଳି ଉଦ୍ଧାର କରିଥିଲେ। ସାଧାରଣ ଜନତା ଓ ଯବାନମାନଙ୍କୁ ଟାର୍ଗେଟ କରାଯାଇ ଏହି ବୋମା ଖଞ୍ଜା ଯାଇଥିବା ଏସ୍ପି କହିଛନ୍ତି ।