18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶବିନା ଔଷଧରେ କେମିତି କମାଇବେ କୋଲେଷ୍ଟ୍ରୋଲ? କେଉଁ ଖାଦ୍ୟ ଖାଇବା ଉଚିତ୍, କେଉଁ ଖାଦ୍ୟ ଖାଇବା...

ବିନା ଔଷଧରେ କେମିତି କମାଇବେ କୋଲେଷ୍ଟ୍ରୋଲ? କେଉଁ ଖାଦ୍ୟ ଖାଇବା ଉଚିତ୍, କେଉଁ ଖାଦ୍ୟ ଖାଇବା ଅନୁଚିତ୍? ଜାଣନ୍ତୁ…

ନୂଆଦିଲ୍ଲୀ: କୋଲେଷ୍ଟ୍ରୋଲ, ଯାହାକୁ କୁହାଯାଇଥାଏ ସାଇଲେଣ୍ଟ କିଲର । ଶରୀରରେ ହାଇକୋଲେଷ୍ଟ୍ରୋଲ ବଢିଚାଲିଥିଲେ ବି ଏହାର କୌଣସି ଲକ୍ଷଣ ନଜର ଆସିନଥାଏ । କିନ୍ତୁ କୋଲେଷ୍ଟ୍ରୋଲ ବଢିବା କାରଣରୁ ବହୁତ ବଡ କ୍ଷତି ହୋଇଥାଏ । ବର୍ତ୍ତମାନ ସମୟରେ ଲକ୍ଷ ଲକ୍ଷ ଲୋକ ହାଇ କୋଲେଷ୍ଟ୍ରୋଲ ସମସ୍ୟାର ସାମ୍ନା କରୁଛନ୍ତି । ତେଣୁ ଶରୀରରେ କୋଲେଷ୍ଟ୍ରୋଲ ଅଛି କି ନାହିଁ ତୁରନ୍ତ ଚେକ୍ କରିନିଅନ୍ତୁ ।
କୋଲେଷ୍ଟ୍ରୋଲ ଦୁଇ ପ୍ରକାରର ଥାଏ । ଗୋଟିଏ ହେଉଛି ଗୁଡ୍ କୋଲେଷ୍ଟ୍ରୋଲ ଅନ୍ୟଟି ହେଉଛି ବ୍ୟାଡ୍ କୋଲେଷ୍ଟ୍ରୋଲ । ଗୁଡ୍ କୋଲେଷ୍ଟ୍ରୋଲକୁ ହାଇ-ଡେଂସିଟି ଲିପୋପ୍ରୋଟିନ୍ କୁହାଯାଇଥାଏ । ଏହା ଆମର ବ୍ଲଡ୍ ଫ୍ଲୋ ଏବଂ କୋଶିକା ପାଇଁ ଉପକାରୀ ହୋଇଥାଏ । ସେହିଭଳି ବ୍ୟାଡ୍ କୋଲେଷ୍ଟ୍ରୋଲ ଲୋ-ଡେଂସିଟି ଲିପୋପ୍ରୋଟିନ୍ କୁହାଯାଇଥାଏ । କାହିଁକି ନା ଏହା ଶରୀରର ରକ୍ତ କୋଶିକାରେ ଜମିଥାଏ । ଏବଂ ରକ୍ତ ସଂଚାଳନରେ ବାଧା ସୃଷ୍ଟି କରିଥାଏ ଏପରିକି ରକ୍ତ ସଂଚାଳନକୁ ବନ୍ଦ ମଧ୍ୟ କରିଦେଇଥାଏ । କେବଳ ଏତିକି ନୁହେଁ, ହାର୍ଟକୁ ଅକ୍ସିଜେନ୍ ଏବଂ ବ୍ଲଡ୍ ସର୍କୁଲେସନ୍ ବନ୍ଦ ମଧ୍ୟ କରିଦେଇଥାଏ ବ୍ୟାଡ୍ କୋଲେଷ୍ଟ୍ରୋଲ । ଯେଉଁଥି ପାଇଁ ହାର୍ଟ ସମସ୍ୟା ବା ହୃଦଘାତ ଭଳି ଜଟିଳ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ତେଣୁ ଶରୀରରେ କୋଲେଷ୍ଟ୍ରୋଲ ମାତ୍ରା ଜାଣିବା ପାଇଁ ଏବଂ କୋଲେଷ୍ଟ୍ରୋଲକୁ ସନ୍ତୁଳନ କରି ପଖିବା ପାଇଁ ବଜାରରେ ଅନେକ ଔଷଧ ଉପଲବ୍ଧ ରହିଛି । ଡାକ୍ତରଙ୍କୁ ପରାମର୍ଶ କରି ଖାଇଲେ କୋଲେଷ୍ଟ୍ରୋଲ ସନ୍ତୁଳିତ ହୋଇ ରହିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି, ବିନା ଔଷଧରେ ବି ଆପଣ କୋଲେଷ୍ଟ୍ରୋଲକୁ ସନ୍ତୁଳିତ କରି ରଖିପାରିବେ । କେମିତି, ଆସନ୍ତୁ ଜାଣିବା…
ହେଲ୍ଦି ଡାଏଟ୍ : ନିତିଦିନିଆ ଜୀବନଶୈଳିରେ ହେଲଦି ଡାଏଟ୍ ନେବା ସମସ୍ତଙ୍କ ପାଇଁ ସମ୍ଭବ ହୋଇନଥାଏ । କିନ୍ତୁ ଯଦି ଆପଣ ନିଜକୁ ସୁସ୍ଥ ରଖିବା ପାଇଁ ଚାହାନ୍ତି ତାହେଲେ ନିହାତି ଆପଣଙ୍କୁ ହେଲ୍ଦି ଡାଏଟକୁ ଅନୁଶରଣ କରିବାକୁ ପଡିବ । ଆମ ଆଖପାଖରେ ଅନେକ ସାରା ଖାଦ୍ୟ ପଦାର୍ଥ ରହିଛି ଯାହାକୁ ବ୍ୟବାହାର କରି ଆପଣ ଶରୀରର କୋଲେଷ୍ଟ୍ରୋଲ ଲେବୁଲକୁ ସନ୍ତୁଳନ କରିପାରିବେ । ଏଥିପାଇଁ ଆପଣଙ୍କୁ ପ୍ରଥମେ କମ୍ ତେଲ, ମସଲାଜାତୀୟ ଖାଦ୍ୟ, ଲୁଣ ଏବଂ ଚିନି ଖାଇବା କମାଇବାକୁ ପଡିବ । ଓଟମିଲ୍, ବିନ୍ସ ମଞ୍ଜି ବା ରାଜମା, ସେଓ ଏବଂ ଅନ୍ୟାନ ଫଳମୂଳ କୋଲେଷ୍ଟ୍ରୋଲ କମାଇବାରେ ସହାୟକ ହୋଇଥାଏ । ଡାଏରୀ ପ୍ରଡକ୍ଟରୁ ଶରୀରକୁ ଗୁଡ୍ କୋଲେଷ୍ଟ୍ରୋଲ ମିଳିଥାଏ । ଓମେଗା-୩ ଜାତ ଖାଦ୍ୟ ଯେପରି ସାଲମନ୍, ଅଖରୋଟ୍ ଏବଂ ଅଳଶୀ ଭଳି ଖାଦ୍ୟ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏହା ସହିତ ମଦ୍ୟପାନ, ଧୂମପାନ ନିହାତି ଛାଡିବାକୁ ପଡିବ । ଶରୀରର ଓଜନ କମାଇବାକୁ ପଡିବ । ନିୟମିତ ବ୍ୟାୟାମ କରିବା ଶରୀର ପାଇଁ ହିତକର ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking