ଭୁବନେଶ୍ୱର : ସ୍ୱାଭାବିକ ହୋଇପାରୁନି ଗୃହକାର୍ଯ୍ୟ । ବିଧାନସଭା ଗୃହରେ ବିଜେଡି କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ । ବାଚସ୍ପତିଙ୍କ ପୋଡିୟମ ତଳେ କଲେ ନାରାବାଜି । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଗଲେ ବିରୋଧୀ ବିଧାୟକ । ପୋଡିୟମ ଉପରକୁ ଚଢିଲେ ବିରୋଧୀ ସୋର ବିଧାୟକ ମାଧବ ଧଡା, ଯୋଗେଶ ସିଂ, ବିଶ୍ୱ ମଲ୍ଲିକ ଓ ଦେବଗଡ ବିଧାୟକ ରୋମାଞ୍ଚ ବିଶ୍ୱାଳ । ଫଳରେ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।









